Breaking News

ଜଟଣୀ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

=


Jatani College celebrates World AIDS Day

ଜଟଣୀ---- ଜଟଣୀ ମହାବିଦ୍ୟାଳୟର ଯୁବରେଡ଼କ୍ରସ ଓ ରେଡ଼ରିବନ୍‌କ୍ଲବ ଆନୁକୂଲ୍ୟରେ “ବିଶ୍ୱଏଡ଼ସ୍ ଦିବସ ୨୦୨୧” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ସମ୍ମୀଳନି କକ୍ଷରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡଃ ସନ୍ତୋଷ କୁମାର ବିଶ୍ୱାଳ ପୌରହିତ୍ୟ କରିଥିଲେ ।


ସମ୍‌ହସ୍‌ପିଟାଲ୍‌, ଭୁବନେଶ୍ୱର କର୍କଟ ବିଭାଗର ପ୍ରଫେସରଡା. ସଂଗ୍ରାମ କେଶରୀ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ରୋଗରକାରଣ ଓ ନିରାକରଣ ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ଅବଗତ କରାଇଥିଲେ ।ସଭାକାର୍ଯ୍ୟ ପ୍ରାରମ୍ଭରେ ଯୁବରେଡ଼କ୍ରସର କାଉନ୍‌ସେଲର ଅଧ୍ୟାପିକା ପରିମିତା ପ୍ରହରାଜ ସ୍ୱାଗତଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।= ଅନ୍ୟତମ କାଁଉନସେଲର ଅଧ୍ୟାପକ କାର୍ତିକଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣକରିଥିଲେ । ସଭାସାଙ୍ଗ ପରେଲୋକମାନଙ୍କୁସଚେତନ କରିବା ପାଇଁ ଯୁବରେଡ଼କ୍ରସ ସ୍ୱେଚ୍ଛାସେବକଙ୍କୁନେଇ ଅଧ୍ୟାପକଡଃ. ଆଲୋକ କୁମାର ଛୋଟରାୟଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ହରିଭାଇନା ଛକ ପର୍ଯ୍ୟନ୍ତ ଯାଇଥିଲା ।ଏହିକାର୍ଯ୍ୟକ୍ରମକୁଡଃ ତପନ ମିଶ୍ର, ଅନିଲ ନନ୍ଦ ଓ ପ୍ରତାପ କୁମାରମହାପାତ୍ର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ବଂଶୀଧର କର, ସମରେନ୍ଦ୍ର ମହାପାତ୍ର, ପବିତ୍ର ପଦ୍ମାସନା, ମହାବୀର ପ୍ରସାଦ ବେହେରା, ଗଣେଶ୍ୱର ମଲ୍ଲିକ, ଲିଜାରାଣୀ ସାମନ୍ତରାୟ, ପାଏଲରାଥୋଡ଼, ପ୍ରଜ୍ଞାପରମିତାମିଶ୍ର, ପ୍ରୀତିସୀମାସ୍ୱାଇଁ, ରଶ୍ମିରେଖାମହାନ୍ତି, ଶୁଭସ୍ମିତାଘଟୁଆରୀ, ସୁଜାତା ନନ୍ଦ, ଦିପସୁନ୍ଦରବେହେରା, ସସ୍ମିତା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ  କରିଥିଲେ ।

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୨/୧୨/୨୦୨୧---୫,୩୦


Popular Posts