Breaking News

ବାଲିଗୁଡା ସିଆରପିଏଫ ୧୨୭ ବାଟାଲିୟନ କାର୍ଯ୍ୟାଳୟ ଠାରେ ସ୍ୱଛତା ପକ୍ଷ୍ ପାଳନ

Baliguda CRPF 124th Battalion office cleanliness.
କନ୍ଧମାଳ----  ବାଲିଗୁଡା ସିଆରପିଏଫ ୧୨୭ ବାଟାଲିୟନ ମୁଖ୍ୟ କାର୍ଯ୍ୟାଳୟ ଠାରେ ସ୍ୱଛତା ପକ୍ଷ ପାଳିତ ହୋଇଯାଇଛି  । ଗତ ଡ଼ିସେମ୍ବର ଏକ ତାରିଖ ଠାରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ସିଆରପିଏଫ ୧୨୭ ବାଟାଲିୟନ ଦ୍ୱାରା ଏହି ସ୍ୱଛତା ପକ୍ଷ ଦୁଇ ସପ୍ତାହ ଧରି  ପାଳନ କରାଯାଇଥିଲା । ଏହି ଅଭିଯାନ ମାଧ୍ୟମରେ ସିଆରପିଏଫ ଯବାନ ମାନେ ନିଜ ବାଟାଲିୟନ ପରିସରରେ ସ୍ୱଛତା ଅବଲମ୍ବନ କରିବା ସହ ଜନସାଧାରଣ ଙ୍କୁ ଏଥିରେ ସାମିଲ କରି ସ୍ୱଛତା ବାର୍ତା ପ୍ରଚାର ଓ ପ୍ରସାର କରିବା ଏହି ଅଭିଯାନ ର ମୂଳଲକ୍ଷ୍ୟ ରହିଥିଲା ।  ଦୁଇ ସପ୍ତାହ ଧରି ବାଲିଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ କରିଥିଲେ । ଆଜି ଏହି ସ୍ୱଛତା ପକ୍ଷ୍ କାର୍ଯ୍ୟକ୍ରମ ର ସମାପନ ସମାରୋହ ରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ ୧୨୭ବାଟାଲିୟନ ର କମାଣ୍ଡେଣ୍ଟ ଶ୍ରୀ ଆନନ୍ଦ ଝା ଯୋଗ ଦେଇ ସ୍ୱଛତା ନେଇ ଜନ ଜାଗ୍ରତ କରିଥିବା ସମସ୍ତ ଯବାନ ଙ୍କୁ ପ୍ରଶଂସା କରିଥିଲେ । ଏଥିସହ ଶ୍ରୀ ଆନନ୍ଦ ଝା ଯବାନ ଙ୍କ ମନବଳ ବଢେଇବା ନେଇ ଯବାନ ଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସେକେଣ୍ଡ ଇନ କମାଣ୍ଡ ମୌଲି ମୋହନ କୁମାର, ଡେପୁଟି କମାଣ୍ଡେଣ୍ଟ ଅଜିତ ବାବୁ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସୋମଜୀତ ଭଗତ, ବିଜୟ କୁମାର ଚୌବେ ସମେତ ସମସ୍ତ ଯବାନ ଉପସ୍ଥିତ ରହିଥିଲେ । 
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୫/୧୩/୨୦୨୧---- ୬,୪୦ 
Sakhigopal News,15/12/2021

Blog Archive

Popular Posts