Breaking News

ଆଦର୍ଶ ଶିକ୍ଷକ ତଥା ପୂର୍ବତନ ସରପଞ୍ଚଙ୍କ ପ୍ରଥମ ବାଷିକ ଶ୍ରାଦ୍ଧ ଅବସରରେ ସ୍ମୃତିସଭା

Memorial meeting on the occasion of the first annual tribute of the ideal teacher and former sarpanch

 


ଡେଲାଙ୍ଗ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ରେଞ୍ଚ ଗ୍ରାମ ମେଳଣ ପଡିଆରେ ପୂର୍ବତନ ଶିକ୍ଷକ ତଥା ବେରବୋଇ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ପଦ୍ମଚରଣ ହରିଚନ୍ଦନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗନ୍ଧର୍ବ ଜେନା ସଭାପତିତ୍ୱ କରିଥିଲେ । ଅବସର ପ୍ରାପ୍ତ ରାଜ୍ୟ ପ୍ରଶାସନିକ  ଅଧିକାରୀ ହରିବନ୍ଧୁ ପ୍ରଧାନ, ଡ. ପ୍ରଭାସ ଚନ୍ଦ୍ର ପ୍ରଧାନ, ପ୍ରାକ୍ତନ ଶିକ୍ଷକ ଅମିନ ଚନ୍ଦ୍ର ବିଶ୍ୱାଳ, ଶିକ୍ଷକ ଅଭୟ ଚରଣ ସାହୁ, ଚନ୍ଦ୍ର ଶେଖର ସେଠୀ, ନିରଞ୍ଜନ ପଟ୍ଟନାୟକ, ସର୍ବେଶ୍ୱର ଶ୍ରୀ ଚନ୍ଦନ, ଭାସ୍କର ମହାପାତ୍ର, କରୁଣାକର ବଳିୟାରସିଂ, ବାବୁଲି ମହାନ୍ତି, ନିତ୍ୟାନନ୍ଦ ସ୍ୱାଇଁ, ପ୍ରଦୀପ ତାଡ, ପୂର୍ଣ୍ଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଚରଣ ସାରଙ୍କ ଶୈକ୍ଷିକ, କଳାତ୍ମକ, କ୍ରୀଡା ଓ ରାଜନୈତିକଜୀବନ ଉପରେ ଆଲେକପାତ କରି ଆତ୍ମାର ସଦଗତି କାମନା କରିଥିଲେ । ଏହି ଅବସରରେ ଏକ ସଂସ୍କୃତି କାର୍ଯକ୍ରମର ଆୟୋଜନ କରାଯାଇଥିଲା । ଆଖପାଖ ଗ୍ରାମର ୧୦ ଗୋଟି ସଂକୀର୍ତ୍ତନ  ପରିବେଷଣ କରାଯାଇଥିଲା । ଶେଷରେ ପତ୍ନୀ ନିରୁପମା ହରିନ୍ଦନ ଓ ପୁତ୍ର ଜ୍ୟୋତି ରଞ୍ଜନ ହରିଚନ୍ଦନ କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
Memorial meeting on the occasion of the first annual tribute of the ideal teacher and former sarpanch .

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୧୧/୨୦୨୧----୮.୫୦,  

 Sakhigopal News , 3/11/2021

Blog Archive

Popular Posts