ମନ୍ଦିର ଚୋରି ଘଟଣାରେ ଦୁଇ ଭାଇ ଗିରଫ
=Two brothers have been arrested in connection with the theft
ଡେଲାଙ୍ଗ ------ ଡେଲାଙ୍ଗ ଥାନା ଅନ୍ତର୍ଗତ ରେଙ୍ଗଳ ଗ୍ରାମରେ ଥିବା ମା ବରାଇ ମନ୍ଦିରରୁ ଗତ ୩୧ ତାରିଖରେ ହୁଣ୍ଡି ବାକ୍ସ ଓ ଠାକୁରଙ୍କ ପୂଜା ସାମଗ୍ରୀ ଘଣ୍ଟ, ଘଣ୍ଟି, ପିତଳ ବାସନ କୁସନ ଚୋରି ହୋଇଥିବା ନେଇ ଡେଲାଙ୍ଗ ଥାନାରେ ଗ୍ରାମ କମିଟି ପକ୍ଷରୁ ବାଉରି ବନ୍ଦୁ ଦାସ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଡେଲାଙ୍ଗ ଥାନା କେସନଂ୨୪୯/୨୧ରେ ଏକ ମକଦ୍ଦମା ରୁଜ କରି ତଦନ୍ତ ଜାରି ରହିଥିଲେ । କୌଣସି ସୁତ୍ରରୁ ଖବର ପାଇ ରେଙ୍ଗଳ ଗ୍ରାମର କବିରାଜ ବେହେରା( ୨୫) ଓ ସରୋଜ ବେହେରା( ୩୦)ଙ୍କ ଠାରୁ ପୋଲିସ ଘଣ୍ଟ୧ଟି ଓ ଛୋଟ ବଡ ଘଣ୍ଟି ଦୁଇଟି ଜବତ କରିବା ସହ ଅଭିଯୁକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।Two brothers have been arrested in connection with the theft.
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୧୧/୨୦୨୧----୮.୫୦
Sakhigopal News, 3/11/2021