Breaking News

ବିଜୁ ଜନତା ଦଳ ଅତାବିରା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ସମାବେଶ

A rally on behalf of the Biju Janata Dal Atabira constituency
ବରଗଡ଼-----  ଭେଡେନ ବ୍ଲକ ପପଙ୍ଗା ପାହାଡ଼ ପାଦ ଦେଶରେ ପୂର୍ବତନ ଆଦର୍ଶ ଶିକ୍ଷକ ଶ୍ରୀ ବିଦ୍ୟାଧର ପଧାନ ଙ୍କ ସଭାପତିତ୍ୱରେ  ବିଜୁ ଜନତା ଦଳ ଅତାବିରା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସ୍ଥାନୀୟ ନେତୃତ୍ୱ ଦଳୀୟ କର୍ମୀଙ୍କ ମନରେ ଅନେକ ବିତୃଷ୍ନା ଦେଖା ଦେଇଥିଲା।ସୂଚନା ଯୋଗ୍ୟ ଯେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସ୍ଥାନୀୟ ନେତୃତ୍ୱ ପ୍ରତି ବିତୃଷ୍ନ ହୋଇ ଦଳର ସମ୍ମାନ ତଥା ବିଜୟ ପାଇଁ ସ୍ଥାନୀୟ କର୍ମୀ ମାନେ ନିଜ ଆଡୁ ଏକତ୍ରିତ ଏବଂ ସଂଗଠିତ ହୋଇ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି। ବିଜୁ ବାବୁଙ୍କ ଆଦର୍ଶ ରେ ଗଠିତ ଏହି ଦଳ କୁ କଦାପି ଅଯୋଗ୍ୟ ଲୋକଙ୍କ ହାତରେ ପରିଚାଳିତ ନକରିବାପାଇଁ ସମସ୍ତେ ସଂକଳ୍ପ ବଦ୍ଧ ହୋଇ ଅନ୍ୟକୁ ସଚେତନ କରିବାପାଇଁ ଶପଥ  ଗ୍ରହଣ କରିଥିଲେ । ଏହି ସଭାରେ ଅତାବିରା ନିର୍ବାଚନ ମଣ୍ଡଳୀର ଅନେକ ଟାଣୁଆ ତୁଙ୍ଗ ନେତା ଦଳୀୟ କର୍ମୀ ତଥା ଜନସାଧାରଣଙ୍କ ଉପସ୍ଥିତିରେ ସ୍ଥାନୀୟ ନେତୃତ୍ୱପ୍ରତି ବିଦ୍ରୋହ ର ଗୁଞ୍ଜରଣ ସୂତ୍ରପାତ ହୋଇଥିଲା ଯାହାକି ଆଗକୁ ତୀବ୍ରତର ହେବା ଲାଗି ଖୋରାକ ଯୋଗାଉଛି ।ଏହି ସଭାରେ ପୂର୍ବତନ ଜିଲ୍ଲାପରିଷଦ ସଭାପତି ଶ୍ରୀ କବିସୂର୍ଯ୍ୟ ପୁରୋହିତ, ପୂର୍ବତନ ସୁଗରମିଲ ସଭାପତି ଶ୍ରୀ ଲକ୍ଷ୍ମୀ ରଥ,ପୂର୍ବତନ ମାରଫେଡ ଅଧ୍ୟକ୍ଷ ଶ୍ରୀ ବିଭୁଦତ୍ତ ପ୍ରଧାନ, ପୂର୍ବତନ ବ୍ଲକ ଚେୟାରମ୍ୟାନ ଶ୍ରୀ କୃଷ୍ଣ ମହାନ୍ତି, ପୂର୍ବତନ ବ୍ଲକ ସଭାପତି ଶ୍ରୀ ଗଇଧଳ ରଣା, ପୂର୍ବତନ ଯୁବ ସଭାପତି ଶ୍ରୀ ସମୀର ଦେହେରି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମନରଞ୍ଜନକୁମ୍ଭାର,ପୂର୍ବତନ ସମିତି ସଭ୍ୟ ଶ୍ରୀ ସରୋଜ ହୋତା, ମାନ ମେଣ୍ଡଳୀ, ସରପଞ୍ଚ ଗୌର ଦନ୍ତା, ଜିତେନ୍ଦ୍ର ବେହେରା ଆଦି ନେତୃତ୍ୱ ମଣ୍ଡଳୀଉପସ୍ଥିତ ଥିଲେ। ବିଜେଡି ଦଳ ର ବରିଷ୍ଠ ନେତା ତଥା ସଂଗଠକ ଶ୍ରୀ ବଳରାମ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ବିଜୁ ଜନତା ଦଳର ସଫଳତା କାମନା କରିଥିଲେ.

A rally on behalf of the Biju Janata Dal Atabira constituency .
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୧୧/୨୦୨୧-----୧୦,୪୦
 Sakhigopal News,4/11/2021

Blog Archive

Popular Posts