Breaking News

ହାର୍ଟନଗର ରେ ମା ଶ୍ୟାମାକାଳୀ ଙ୍କ ପୂଜା ଅନୁଷ୍ଠିତ


         
  ଭଞ୍ଜନଗର- ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ   ଭଂଜନଗର ସ୍ଥିତ ହାଟନଗର ଠାରେ , ଉତ୍ତର ଘୁମୁସର ବନବିଭାଗ ର  ସମ୍ମିଳିତ ବନ ପରିବାର ପକ୍ଷରୁ  ମା' ଶ୍ୟାମାକାଳୀ ପୂଜା ଆୟୋଜିତ ହୋଇଯାଇଛି । ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ସହ କୋଭିଡ୍ ନିୟମ ପ୍ରକାରେ  ପୂଜା ଉତ୍ସବ ନିଡାମ୍ବର ସହକାରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଆୟୋଜନ କରାଯାଇଥିବା ବେଳେ  ଆସନ୍ତା ୭ ତାରିଖ ରେ ବିସର୍ଜନ କରାଯିବାର କାଯ୍ୟକ୍ରମ ରହିଥିବା ନେଇ କାର୍ଯ୍ୟକ୍ରମ ର କର୍ତ୍ତା ଭାବେ ପରିଚାଳନା କରୁଥିବା ସମାଜସେବୀ ତଥା ବନବିଭାଗ ର ଅବସରପ୍ରାପ୍ତ ମୁଖ୍ୟକିରାଣୀ ଶୂଳପାଣି ଶତପଥୀ ସୁଚନା  ଦେଇଛନ୍ତି ।
ପୂଜା ପୀଠରେ ମା'ଙ୍କ ଙ୍କ ରୀତିନୀତି ଅନୁସାରେ ପୂଜା , ହୋମ, ବଳିଦାନ ,ଦୀପଦାନ ଓ ଚଣ୍ଡୀପାଠ କରାଯିବା ସହ , ଶକ୍ତି ଉପାସନା ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା  । ଆୟୋଜିତ ଉତ୍ସବରେ  ବନବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ମା ଶ୍ୟାମାକାଳୀ ପୂଜାକୁ ସଫଳ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ସମାଜସେବୀ ଶ୍ରୀ ଶତପଥି ପରିଚାଳନା କରିଛନ୍ତି ।

ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୧୧/୨୦୨୧--- ୪,୧୦
 Sakhigopal News,5/11/2021

Blog Archive

Popular Posts