Breaking News

ଜଟଣୀ ପୋଲିସ ଦ୍ୱାରା ୫ ମୋବାଇଲ ଲୁଟେରା କାବୁ

5 mobile looters arrested by Jatani police

ଜଟଣୀ ---ଜଟଣୀର ବିଭିନ୍ନ ଅଞ୍ଚଳରେ ମୋବାଇଲ ଲୁଟେରାଙ୍କ ଉତ୍ପାତ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଥିଲା । ଏହାକୁ ଦୃଷ୍ଟିରେରଖି ଜଟଣୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ଗତ ୭ ତାରିଖ ସନ୍ଧ୍ୟା  ସମୟରେ ସୁବାସିନୀ ପାତ୍ର ନାମକ ଜୈନିକ ମହିଳା ସ୍ଥାନୀୟ ମହୁଲଗୁଡ଼ିଆ ଛକରେ ଚାଲିକରି ଯିବା ସମୟରେ ପଛପଟୁ ଦୁଇ ଯୁବକ ଏକ ନାଲି ରଙ୍ଗର ଆପାଚି ମୋଟର ସାଇକଲରେ ଦ୍ରୁତ ଗତିରେ ଆସି ମୋବାଇଲ ଫୋନ ଝାମ୍ପି ନେଇ  ପଲାଇଥିଲେ । ପରେ ଜୈନିକ ମହିଳା ଜଟଣୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଜଟଣୀ ପୋଲିସ ତନାଘନା କରି ବୁଢାପଡା ଗ୍ରାମର ପ୍ରଧାନ ସାହିର ଖଗେଶ୍ୱର ପ୍ରଧାନ (20) ପିତା -ପ୍ରଭାକର ପ୍ରଧାନ (ମୃତ ) ଏବଂ ବୃନ୍ଦାବନ ସାହୁ ଓରଫ ଚିକୁ (23) ପିତା -ବାବୁଲି ସାହୁ ନାମକ ଦୁଇ ଯୁବକଙ୍କ ସହ ଏକ ଆପାଚି ମୋଟର ସାଇକଲ ନଂ -OD-13N-6712 ସହ ମୋବାଇଲ ଫୋନ ଜବତ କରିଛି । ସେହିପରି ଜଟଣୀ ତଥା ପିପିଲି ଅଞ୍ଚଳରେ ମୋବାଇଲ ଲୁଟି ହଇଚଇ ସୃଷ୍ଟି କରୁଥିବା ପବିତ୍ର ବେହେରା ଓରଫ ବୁବୁ (20), କୃଷ୍ଣ ଚନ୍ଦ୍ର ବେହେରା ଓରଫ ଦିପୁ, ବିସନ ସାସମଲ ଓରଫ ସିପୁ (20), ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଅଞ୍ଚଳର ଅଭିଯୁକ୍ତଙ୍କ  ଠାରୁ  ୧୫ଟି  ମୋବାଇଲ ଜବତ କରାଯାଇଛି । ଏନେଇ ଜଟଣୀ ଥାନା କେଶ ନଂ 586/582/193/21 ରେ ମାମଲା ୠଜୁକରି ଆଜି ୫ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଙ୍କ ଠାରୁ ସୁଚନା ମିଳିଛି ।

ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୧୧/୨୦୨୧------ ୮,୩୦ Sakhigopal News, 11/11/2021

Blog Archive

Popular Posts