ଶେଷ ହେଲା ବିହାରୀ ସମ୍ପ୍ରଦାୟର 'ଛଟ ' ପୂଜା
ଜଟଣୀ - --ଜଟଣୀ ସହରରେ ବସବାସ କରୁଥିବା ବିହାରୀ ସାମ୍ପ୍ରଦାୟର ମହିଳା ଏବଂ ପୁରୁଷ ମାନେ ସ୍ଥାନୀୟ ହାଟବଜାର ପୋଖରୀ କୂଳରେ ଛଟ ପୂଜା ପାଳନ କରୁଥିବା ଦେଖାଯାଇଛି । ସୂଚନା ମୁତାବକ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରତି ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଷଷ୍ଠୀ ଦିବସରେ ଛଟ ପୂଜା ଉତ୍ସବ ପାଳନ କରାଯାଏ । ଚଳିତ ବର୍ଷ ନଭେମ୍ବର ମାସ ୧0 ତାରିଖ ବୁଧବାର ସନ୍ଧ୍ୟାରେ ମହିଳା ଏବଂ ପୁରୁଷ ମାନେ ଫଳମୂଳ, ଧୂପଦୀପ ସହ ପୂଜାସାମଗ୍ରୀ ଧରି ଶୁଖିଲାହାର ନେଇ ପୋଖରୀତୁଠରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା କରିବା ସହ ଅବିର ଓ ସିନ୍ଦୁର ଖେଳ ହୋଇଥିଲା ।
ପରେ ଗାଧୋଇ ସୂର୍ଯ୍ୟ ନମସ୍କାର ସହ ଅର୍ଘ୍ୟ ଅର୍ପଣ କରିଥିଲେ । ପୁଣି ଗୁରୁବାର ଭୋର ୩ଟା ରେ ପୋଖରୀ ଯାଇ ସେଠାରେ ଗାଧୋଇ ଫଳମୂଳ ଭରା ଡାଲା ଓ ପୂଜାସାମଗ୍ରୀକୁ ସୂର୍ଯ୍ୟଙ୍କ ଉଦ୍ଦେଶରେ ଅର୍ପଣ ଜରାଯାଇଥିଲା । ଏହି ଉତ୍ସବରେ ପରିବାରର ସୁଖଶାନ୍ତି ଜୀବନଯାପନ ପାଇଁ ସୂର୍ଯ୍ୟ ଦେବତାଙ୍କୁ ଆରାଧନା କରାଯାଏ । ଏକ ପୌରାଣିକ ଲୋକକଥା ଅନୁସାରେ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟ ପରେ ରାମରାଜ୍ୟ ପ୍ରତିଷ୍ଠା ଦିବସରେ ପ୍ରଭୁ ରାମ ଏବଂ ମାତା ସୀତା ଏହି ଦିନ ପ୍ରଭୁ ସୂର୍ଯ୍ୟ ଭଗବାନଙ୍କ ଉଦ୍ଦେଶ୍ୟରେ ନିର୍ଜଳ ଉପବାସ କରି ପ୍ରଜାମାନଙ୍କ ସୁଖ ସମୃଦ୍ଧି ପାଇଁ ଆରାଧନା କରିଥିଲେ । ମହିଳାମାନେ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ଏହି ପୂଜାଵିଧି ପାଳନ କରିଥାନ୍ତି ବୋଲି ଜଣାପଡିଛି ।

ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୧୧/୨୦୨୧----୮,୪୦
Sakhigopal News, 11/11/2021