ସ୍ତ୍ରୀ ର ତଣ୍ଟିଚିପି ହତ୍ଯା ; ଥାନାରେ ଅଭିଯୋଗ
ଓଡ଼ଗାଁ:- ଓଡ଼ଗାଁ ଥାନା ଅନ୍ତର୍ଗତ ଦଲକ ସାହିରେ ସ୍ତ୍ରୀ ର ତଣ୍ଟିଚିପି ହତ୍ଯା ଭଳି ସଂଗୀନ ଅଭିଯୋଗ କରିଛନ୍ତି ମୃତକଙ୍କ ମା । ଓଡ଼ଗାଁ ଦଲକ ସାହିର ବବି ପ୍ରଧାନ(୨୪) ମଶାବାରୀ ଗ୍ରାମର ଗଣେଷ ବାରିକଙ୍କୁ ବିବାହ କରିଥିଲେ। ସ୍ତ୍ରୀ ବବି ବାରିକ ଏକ କନ୍ଯା ସନ୍ତାନ କୁ ଜନ୍ମ ଦେଇ ୩ ମାସ ହେବ ବାପଘର ଦଲକ ସାହିରେ ରହୁଥିଲେ। କିନ୍ତୁ ସ୍ୱାମୀ ଗଣେଷ ବାରିକ ରବିବାର ଦିନ ଶ୍ୱଶୁର ଘରକୁ ଆସିଥିଲା । ଏବଂ ସେଠାରେ ରାତିରେ ରହିଥିଲେ। କିନ୍ତୁ ହଠାତ୍ ବବିଙ୍କ ଦେହ ଖରାପ ହୋଇଯିବାରୁ ତାଙ୍କୁ ରବିବାର ବିଳମ୍ବିତ ରାତିରେ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ପରିବାର ଲୋକେ ଭର୍ତ୍ତି କରିଥିଲେ। ସେଠାରେ ବବିଙ୍କ ଦେହ ଅଧିକ ହେବାରୁ ନୟାଗଡ଼, ପରେ ଭୁବନେଶ୍ୱର ଓ ତାପରେ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା।
କିନ୍ତୁ ଚିକିତ୍ସିତ ଅବସ୍ଥା ରେ ମଙ୍ଗଳବାର ବିଳମ୍ବିତ ରାତିରେ ଡାକ୍ତର ସେଠାରେ ବବିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହାପରେ ବବିଙ୍କ ମୃତଦେହ ଗାଁ ରେ ପହଞ୍ଚିବା ପରେ ବବିଙ୍କ ମା' ମଂଜୁ ପ୍ରଧାନ ନିଜ ଜ୍ୱାଇଁ ଗଣେଷ ଝିଅର ତଣ୍ଚିଚିପି ହତ୍ଯା କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ।ପରେ ଓଡଗାଁ ପୋଲିସ ଏକ ମାମଲା ରୁଜୁ କରି ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଛେଦ କରିଥିବା ଜଣା ପଡିଛି।
The woman was stabbed to death; Complaint to the police.
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ:- ୩/୧୧/୨୧ ---- ୧୦,୧୦
Sakhigopal News,3/11/2021