ମଟର ସାଇକେଲ ପାଚେରୀରେ ପିଟି ହୋଇ ଜଣଙ୍କର ମୃତ୍ୟୁ
One died after being struck by a motorcycle fence
ସାକ୍ଷୀଗୋପାଳ ----ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟରାମପୁର ଗ୍ରାମର ବୈକୁଣ୍ଠ ବେହେରାଙ୍କ ପୁଅ ରବୀନ୍ଦ୍ର ବେହେରା ,ଚନ୍ଦନ ବେହେରା ଓ ବାଦଲ ବେହେରା ତିନିଜଣ ସାଙ୍ଗ ହୋଇ ଏକ ମଟର ସାଇକେଲରେ ସାକ୍ଷୀଗୋପାଳ ଆସୁଥିଲେ । ବାଲିହୁଡା ଠାରେ ରାସ୍ତା କରରେ ଥିବା ଏକ ପାଚେରୀରେ ମଟର ସାଇକେଲ ଧକ୍କା ହେବାରୁ ରବୀନ୍ଦ୍ର ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସତ୍ୟବାଦୀ ପୋଲିସ ଶବ ଜବତ କରି ୪୩୩/୨୧ରେ ଏକ କେସରୁଜ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଛନ୍ତି । ଏବେ ଚନ୍ଦନ ବେହେରା ଆହତ ହୋଇ ପୁରୀ ମେଡିକାଲରେ ଚିକିତ୍ସା ହେଉଥିବା ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପା୍ତ୍ରଙ୍କ ଠାରୁ ସୁଚନା ମିଳିଛି ।
One died after being struck by a motorcycle fence
ଧୀରେନ୍ଦ୍ର ସେନାପତି, ୭/୧୧/୨୦୨୧---୮=,୫୫
Sakhigopal News , 7/11/2021