Breaking News

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ଅଷ୍ଟମ ସ୍ବନକ୍ଷତ୍ର ନୂଆଁଖାଇ ଭେଟଘାଟ୍ ଉତ୍ସବ ଅନୁଷ୍ଠିତ

Odisha Workers 'Journalists' Union's eighth self-proclaimed Nuankhai Vetghat festival

 ବରଗଡ : ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ଅଷ୍ଟମ ସ୍ବନକ୍ଷତ୍ର ଉତ୍ସବ ବରଗଡ ସହରର ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ଗାମ୍ୟ ଉନ୍ନୟନ ତଥା ଶ୍ରମ ଓ ଇ.ଏସ୍.ଆଇ. ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ମୂଖ୍ୟବକ୍ତା ଭାବରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ସୁଜ୍ଞାନ ଚୌଧୁରୀ, ସମ୍ମାନୀତ ଅତିଥି ଭାବରେ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ତଥା ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ଆଶୁତୋଷ ରଥ, ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ଆଇନ ପରାମର୍ଶ ଦାତା ଶ୍ରୀଯୁକ୍ତ କିରଣ କୁମାର ମିଶ୍ର ଏବଂ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ପଶ୍ଚିମ ଓଡିଶା ସମ୍ପାଦକ ଏମ୍.ଡି.ନିଜାମୁଦ୍ଧିନ୍ ଯୋଗଦେଇଥିଲେ । ବରଗଡ ଜିଲ୍ଲା ଶାଖା ସଭାପତି ତ୍ରିବିକ୍ରମ ତ୍ରିପାଠୀ, ସମ୍ପାଦକ ପରମାନନ୍ଦ ମିଶ୍ର, ସାସ୍କୃତିକ ସମ୍ପାଦକ କିଶନଲାଲ ଅଗ୍ରଓ୍ବାଲ ମଞ୍ଚାସୀନ ଥିଲେ। ସଂଘର କର୍ମକର୍ତ୍ତାମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସଂଘର ରାଜ୍ୟ ଉପସଭାପତି ଆଶୁତୋଷ ରଥ ସଭା ପରିଚାଳନା କରିଥିବା ବେଲେ କାର୍ଯ୍ୟକ୍ରମରେ ସଂସଦୀୟ ଗଣତନ୍ତ୍ର ଓ ପ୍ରେସ୍ ସ୍ବାଧିନତା ବିଷୟରେ ଆଲୋଚନା କରାଯାଇଥିଲା। ସମାଜରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ.ସୁସ୍ମିତା ଦାଶଙ୍କୁ ସେବାରତ୍ନ ସମ୍ମାନ,
ଭୋଜରାଜ ବାଗଙ୍କୁ ସମାଜ ଗୌରବ ସମ୍ମାନ, ସୁମିତ ଅଗ୍ରଓ୍ବାଲଙ୍କୁ ସେବା ଗୌରବ ସମ୍ମାନ, ସୁନୀତା ବଲଦିଆଙ୍କୁ ସମାଜ ଗୌରବ ସମ୍ମାନ, ନିମାଇଁ ଚରଣ ମହାପାତ୍ରଙ୍କୁ ସମାଜସେବା ସମ୍ମାନ, ଉଦ୍ଧବ ପଣ୍ଡାଙ୍କୁ ସାମ୍ବାଦିକ ଗୌରବ ସମ୍ମାନ, ବାଲାଜୀ ତରାସିଆଙ୍କୁ ସାମ୍ବାଦିକ ସେବା ସମ୍ମାନ ଏବଂ ମହେନ୍ଦ୍ର ସାହୁଙ୍କୁ ଯୁବ ସାମ୍ବାଦିକ ସମ୍ମାନ, ଅନୁସୂୟା ଦେବତା ଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନିତ କରି ଉପଢୌକନ , ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା। ଗାୟୀକା ସୁଶ୍ରୀ ସୌଭାଗ୍ୟ ଲକ୍ଷ୍ମୀ ଦାଶ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଲେ  ନଟରାଜ କଳା ପରିଷଦ ଅତାବିରା ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହିତ ମା ସେରାବାଲି  ଦୁଲଦୁଲି ଅତାବିରା ଦ୍ୱାରା ଦୁଲଦୁଲି ବାଜା ଢ଼ୋଲ, ନିଶାନରେ ଗର୍ଜି ଉଠିଥିଲା । ଶେଷରେ  ସଂଘର ଜିଲ୍ଲା ସାଂସ୍କୃତିକ  କିଷାନଲାଲ ଅଗ୍ରୱାଲ  ଧନ୍ୟବାଦ ଅର୍ପଣ କରିଥିଲେ ଓ ସଙ୍ଘର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । 
Odisha Workers 'Journalists' Union's eighth self-proclaimed Nuankhai Vetghat festival
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୧୧/୨୦୨୧------୧୦,୩୫ Sakhigopal News,7/11/2021

Blog Archive

Popular Posts