ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ତାରରେ ଲାଗି ଗାଈର ମୃତ୍ୟୁ; ଗାଈ ଜଗୁଆଳି ଗୁରୁତର ଆହତ
The death of a cow by a wire laid for wildlife hunting; The cowherd was seriously injured
ଭଞ୍ଜନଗର-- ବନ୍ୟଜନ୍ତୁ ଶିକାର କରିବା ପାଇ ବିଦ୍ୟୁତ୍ ତାର ବିଛାଯାଇଥିବା ତାରରେ ଲାଗି ଗାଈର ମୃତ୍ୟୁ । ଗାଈକୁ ବଞ୍ଚେଇବାକୁ ଯାଇ ଗାଈ ଜଗୁଆଳି ବିଦ୍ୟୁତ୍ ତାରରେ ଲାଗି ଗୁରୁତର ହୋଇଛନ୍ତି । ଏମିତି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ବାରଦଣ୍ଡା ଗ୍ରାମରେ । ଗୁରୁତର ଗାଈ ଜଗୁଆଳି ହେଲେ ସୁଦାମ ଗୈାଡ । ଖବର ନେବାରେ ସୁଦାମ ବାରଦଣ୍ଡା ଗ୍ରାମର କିଛି ଲୋକଙ୍କ ସମେତ ସେହି ଗ୍ରାମର ପ୍ରତାପ ଗୈାଡଙ୍କ ଗାଈକୁ ମଧ୍ୟ ଚରାଇବା ପାଇଁ ଗ୍ରାମ ନିକଟ ଜଙ୍ଗଲକୁ ନେଇଥିଲେ । ସନ୍ଧ୍ୟା ୪ଟା ସମୟରେ ଘରକୁ ଆଣିଥିବା ସମୟରେ ଆଗରୁ ଶିକାରୀମାନେ ଏକ ଧାନ ବିଲ ନିକଟରେ ବିଦ୍ୟୁତ୍ ତାର ବିଛାଇଥିଲେ । ସେହି ବିଲ ଦେଇ ଗାଇଟି ଆସୁଥିବା ବେଳେ ବିଦ୍ୟୁତ୍ ସଂଷ୍ପର୍ସରେ ଆସି ବିଲ ଭିତରେ ପଡି ଛଟପଟ ହେଇଥିବା ବେଳେ ସେହି ଗାଈକୁ ବଞ୍ଚେଇବାକୁ ଯାଇ ଗାଇ ଜଗୁଆଳି ସୁଦାମ ମଧ୍ୟ ବିଦ୍ୟୁତ୍ ସଂଷ୍ପର୍ସରେ ଆସି ଗୁରୁତର ହେଇପଡିଥିଲେ । ସ୍ଥାନୀୟ ଲୋକମାନେ ସୁଦାମକୁ ଗୁରୁତର ଅବସ୍ଥାରେ ଉଦ୍ଦାରକରି ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ଗାଈ ମାଲିକ ପ୍ରତାପ ତାରସିଂ ଥାନାରେ ୪ଜଣଙ୍କ ନାମରେ ଅଭିଯୋଗ କରିଥିବା ବେଳେ ତାରସିଂ ବନାଞ୍ଚଳ ଓ ତିଳିସିଙ୍ଗି ବିଦ୍ୟୁତ୍ ବିଭାଗରେ ମଧ୍ୟ କ୍ଷତିପୂରଣ ପାଇଁ ଲିଖିତ ଅଭିଯୋଗ କରିବା ପରେ ଉକ୍ତ ବିଭାଗୀୟ ଅଧିକାରୀ ତାରସିଂ ସରପଞ୍ଚ ପ୍ରତିନିଧି ଜିତୁ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତକରି ଫେରି ଥିବା ଜଣାପଡିଛି ।

ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୧୪/୧୧/୨୦୨୧--- ୧୧,୩୦
Sakhigopal News,14/11/2021