ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସବୁଠାରେ ଗଜାନନଙ୍କ ପୂଜା ଅନୁଷ୍ଠିତ
ସାକ୍ଷୀଗୋପାଳ ----- ସତ୍ୟବାଦୀରେ ବଜାର ଠାରୁ ପୁରପଲ୍ଲୀ ସବୁଠାରେ ଗଜାନନଙ୍କୁ ପୂଜା କରାଯାଇଛି । ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ବିଦ୍ୟାଦାତା ତଥା ସମସ୍ତ ପୂଜାରେ ଅଗ୍ରସ୍ଥାନରେ ପୁଜା ହୋଇଆସୁଛନ୍ତି ଶ୍ରୀ ଗଣେଶ । ଏ ବର୍ଷ ମହାମାରୀ କରୋନା ଯୋଗୁ ବିଦ୍ୟାଳୟ ମାନଙ୍କରେ କେବଳ ବିଧିରକ୍ଷା କରି ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀଙ୍କର ଗହଳି ଦେଖିବାକୁ ମିଳିନଥିଲା । ଏଣୁ ଗ୍ରାମ ମାନଙ୍କରେ ଥିବା ବିଭିନ୍ନ କ୍ଳବ, କୋଠ ଘର ସହ କୋଚିଂ ସେଣ୍ଟର , ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି । ସେହିପରି ପ୍ରେସ କ୍ଳବ ସାକ୍ଷୀଗୋପାଳ ତାର କାର୍ୟ୍ୟାଳୟ ପରିସରରେ ଗଣେଶ ପୂଜା କରିଛି । ସେହିପରି ବକୁଳ ଫାଉଣ୍ଡେସନ ପକ୍ଷରୁ ସିଦ୍ଧବଳରାମ ନିକଟ ବଉଳବାଟିକାରେ ଏକ ଗଛକୁ ଗଣେଶ ଭାବେ ସଜା ଯାଇ ପୁଜା କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୯/୨୦୨୧---- ୬,୪୦
Sakhigopal News, 10/9/2021