Breaking News

ଘୁମୁସର ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ କମିଟି ବୈଠକ


ଭଞ୍ଜନଗର-- ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ର କାର୍ଯ୍ୟକାରୀଣି କମିଟି ବୈଠକ ନାୟକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ସୋମନାଥ ନାୟକ ଙ୍କ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟତଃ ଘୁମୁସର ଜିଲ୍ଲା ଆନ୍ଦୋଳନ ର ତରିକା ଉପରେ ସବିଶେଷ ଆଲୋଚନା ହୋଇଥିଲା । ପ୍ରଥମେ ଦକ୍ଷିଣ ଓଡିଶା ବିକାଶ ପରିଷଦ ଯିଏ ଆମ ଆନ୍ଦୋଳନ କୁ ସ୍ୱାଗତ ଜଣାଇ ସମର୍ଥନ କରିଛି ଓ ସବୁ ପ୍ରକାରର ସାହାଯ୍ୟ ଓ ସହଯୋଗ ଦେବାକୁ ପ୍ରେସ ବିବୃତି ଦେଇଛି ତାକୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏ ଆନ୍ଦୋଳନ କୁ 1993ସାଲ ରେ ଭଞ୍ଜନଗର ଓକିଲ ସଙ୍ଘ ନେତୃତ୍ୱ ରେ ଯେଉଁ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସେଇ ଆନ୍ଦୋଳନ ର ପୃଷ୍ଠଭୂମି ରେ ଏଇ ଆନ୍ଦୋଳନ କୁ ଉଜ୍ଜୀବିତ କରି ଅଗ୍ରସର ହେବାପାଇଁ ଦୃଢ଼ ନିଷ୍ପତି ଗ୍ରହଣ କରାଯାଇଛି । ଦଳ ମତ ନିର୍ବିଶେଷରେ ଘୁମୁସର ର ଛାତ୍ର ଯୁବକ. ଓକିଲ ବ୍ୟବସାୟୀ ଚାଷୀ ମୁଲିଆ ତଥା ସବୁ ବର୍ଗର ଲୋକଙ୍କୁ ଏ ଆନ୍ଦୋଳନ ରେ ସାମିଲ ହେବାପାଇଁ ଆହ୍ୱାନ ଦିଆଯାଇଛି ‌।  ଆସନ୍ତା ଅକଟୋବର ପ୍ରଥମ ରବିବାର ୩ ତାରିଖ ରେ ଭଞ୍ଜନଗର ମଧ୍ଯସ୍ଥଳରେ ଏକ ସାଧାରଣ ସଭା ସୋମନାଥ ନାୟକ ନୋଟାରୀ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ହୋଇ ଏକ କ୍ରିୟାନୁଷ୍ଠାନ କମିଟି ଗଢ଼ା ଯିବ । ସହରର ସବୁସଙ୍ଘ, ସାଂସ୍କୃତିକ ଅନୁଷ୍ଠାନ, ଜାତିଆଣ ସଂଗଠନ ର କର୍ମକର୍ତା ମାନଙ୍କୁ ଏହି ସଭାରେ ପ୍ରତିନଧିତ୍ୱ କରିବାପାଇଁ ମଞ୍ଚ ତରଫରୁ ଚିଠି କରାଯିବା ପାଇଁ ସ୍ଥିର ହୋଇଛି । ଆଜିର ଏ ବୈଠକ ରେ ଉପଦେଷ୍ଟା ଡ, କମ୍ବୁପାଣି ସାମନ୍ତ, ପ୍ରଫେସର ଶିବରାମ ପଣ୍ଡା, ରବୀନ୍ଦ୍ର ଆଚାର୍ଯ୍ୟ, ବାଳକୃଷ୍ଣ ବେହରା, ମାଗତାଗୌଡ଼, ବ୍ରଜ ଗୋପାଳ ମହାରଣା, ଲଡ଼ୁକେଶ୍ୱର ପ୍ରଧାନ, ଏସ. କେ. ହୁସେନ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଯୋଗଦାନ କରି ଆଲୋଚନା ଅଂଶ ଗ୍ରହଣ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୯/୨୦୨୧----୯,୦୫ 
 Sakhigopal News,18/9/2021

Blog Archive

Popular Posts