ଜନସାଧାରଣଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି ଆଶିଷ
ବରଗଡ଼----- କାହାକୁ ଦୟା କରିବା ପରିବର୍ତ୍ତେ ତାକୁ ସାହାଯ୍ୟ କର,ଦୟା କଲେ ସ୍ଵାଭିମାନୀ ମଣିଷ ନତମସ୍ତକ ହୋଇଯାଇ ପାରେ । ତେଣୁ ଦୟା ଵଦଲରେ ତାଙ୍କୁ ସହାୟତା ପ୍ରଦାନ କର। ପ୍ରତି ଵଦଲରେ ତାଙ୍କୁଠାରୁ ଧନ୍ୟବାଦ ଗ୍ରହଣ ନ କରି ଵରଂ ଅନ୍ୟ ଲୋକଙ୍କୁ ସହାୟତା କରିବା ପାଇଁ ତାଙ୍କୁ ପ୍ରୋତ୍ସାହିତ କର । ଏହି ଉକ୍ତି ଗୁଡ଼ିକୁ ନିଜ ଜୀବନରେ ପ୍ରୟୋଗ କରି ଜନସାଧାରଣଙ୍କପ୍ରେଣଣାର ଉତ୍ସ ପାଲଟିଛନ୍ତି ଆଶିଷ । ଏକ ନିମ୍ନମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଆଶିଷ ଯୁବାଖୋଲ ପ୍ରାଥମିକତା ଶିକ୍ଷା ସମାପ୍ତ ପରେ ତାଲପାଲି ଜୁନିଅର କଲେଜଯୁକ୍ତ ଦୁଇ ପାସ କରିଥିଲେ । ସେହିପରି ଜମଲା ଡିଗ୍ରୀ କଲେଜ ଜମଲା, (କଲା) ସ୍ନାତକ ପାସ କଲେ । ଏହା ପରେ ସେ ଚାକିରୀ ପ୍ରସ୍ତୁତି ପାଇଁ ସମ୍ବଲପୁର ରେ ମହେନ୍ଦ୍ର କୋଚିଙ୍ଗ ସେଣ୍ଟର ନାମ ଲେଖାଇଲେ । କରୋନା କଟାକଣା ଯୋଗୁ ସେ ଛଅ ମାସ ଖଣ୍ଡିଏ କୋଚିଙ୍ଗ କରି ଘରକୁ ଫେରି ଆସିଥିଲେ । ଏଵେ ସେ ଘରେ ଅଛନ୍ତି । ଏହା ପରେ ସେ ବିଭିନ୍ନ ସମାଜସେଵା କରିଆସୁଛନ୍ତି । କରୋନା ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ଆନ୍ଦୋଳନ ତାଙ୍କର ଅଗ୍ରଣୀ ଭୂମିକା ଦେଖିବାକୁ ମିଳେ ଅନେକ ସମୟରେ । ଆଦିବାସୀ ଓଵିସି ଦଲିତ ସେନା ପକ୍ଷରୁ ଥାନା ଘେରାଉ ଏଇଥିରେ ମଧ୍ୟ ସାମିଲ ହୋଇଛନ୍ତି । ଗାନ୍ଧୀ ଦର୍ଶନକୁ ଅନୁସରଣ କରି ନିଜ ସାମାଜ ସେବା କାର୍ଯ୍ୟକୁ ଆଗେଇ ନେଇଛନ୍ତି ଆଶିଷ । ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନଥାଏ । ଗାଁର ସମସ୍ୟା, ଲୋକଙ୍କ ସମସ୍ୟାକୁ ଟୁଇଟ୍ କରି ସରକାରଙ୍କ ଦୃଷ୍ଟି ଗୋଚର କରୁଛନ୍ତି ଆଶିଷ । ଯଦି ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଲୋକଙ୍କୁ ସହାୟତା ପାଇଁ ହାତ ଵଢାନ୍ତେ ତେବେ ସମାଜର ଉନ୍ନତି ସାଧିତ ହୋଇ ପାରନ୍ତା ଏବଂ ସମାଜରେ ଭାଇଚାରା ବାର୍ତ୍ତା ପ୍ରସାରିତ ହୋଇପାରନ୍ତା ବୋଲି ଆଶିଷ ଜ୍ୟୋତିଷ କୁହନ୍ତି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୯/୨୦୨୧----୫,୨୦
Sakhigopal News, 23/9/2021