ପାରିବାରିକ କଳହକୁ ନେଇ ଦୁଇ ଉାଇଙ୍କ ମଧ୍ୟରେ ଗଣ୍ଡଗୋଳ ; ଉଭୟଙ୍କ ପକ୍ଷରୁ ୪ ଗୁରୁତର
ଭଞ୍ଜନଗର---ପାରିବାରିକ କଳହକୁ ନେଇ ଦୁଇ ଉାଇଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟଙ୍କ ପକ୍ଷରୁ ୪ଗୁରୁତ୍ର ହୋଇ ଚିକିତ୍ସା ହେଉଥିବା ଜଣାପଡିଛି । ଏମିତିଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ଗ୍ରାମରେ । ଖବର ନେବାରେ କୈଣସି ପାରିବାରିକ କଥାକୁ ନେଇ ଦୁଇ ଭାଇ ଜୟ ନାଇକ ଓ କୈଳାସ ନାଇକଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ କୈଳାସ ଉତକ୍ଷିପ୍ତ ଜୟକୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ । ପରେ ଜୟ ମଧ୍ୟ ପ୍ରତିଆକ୍ରମଣ କରିଥିଲେ।ଏହି ଘଟଣାକୁ ରୋକିବା ପାଇଁ ଜୟର ଝିଅ ମିତାଲି ଓ କୈଳାସ ପୁଅ ମନୋଜ ଯାଇଥିବା ବେଳେ ସେମାନେ ଆକ୍ରମଣର ଶିକାର ହେଇଥିଲେ । ୪ଜଣକୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଛି ।ଭଞ୍ଜନଗର ଡାକ୍ତରଖାନାରେ ୪ଜଣଙ୍କ ଚିକିତ୍ସାଧୀନ ରହିଥିବା ଜଣାପଡିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୯/୨୦୨୧---- ୪,୩୦
Sakhigopal News, 23/9/2021