ପୁରୀ--- ଚନ୍ଦନପୁର ଓ ସାକ୍ଷୀଗୋପାଳ ନୂତନ ବିଦେଶୀ ମଦ ଦେକାନ ଉପରକୁ ଆଜି ରାତି ପ୍ରାୟ ୮,୨୫ରେ ବୋମାମାଡ ହୋଇଥିବା ଜଣାପଡିଛି । ପ୍ରଥମେ ଚନ୍ଦନପୁର ବିଦେଶୀ ମଦ ଦେକାନ କାନ୍ଥ ଉପରକୁ ବୋମା ମାଡ ହୋଇଥିଲା । ଏଥିରେ କାହାରି କିଛି କ୍ଷତି ହୋଇନାହିଁ । ମାତ୍ର ଚନ୍ଦନପୁର ମଦ ଦେକାନ ସିସି ଫୁଟେଜରେ ଦୁଇ ଜଣ ଯୁବକ ଏହି ବୋମା ମାଡ କରିଥିବା ସନ୍ଦେହ କରାଯାଉଛି । ସେହିପିର ଚନ୍ଦନପୁର ମଦ ଦେକାନ ଉପରେ ବୋମା ମାଡର କିଛି ସମୟ ପରେ ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ମହାମାୟାସାହି ନିକଟ ବିଦେଶୀ ମଦ ଦେକାନ ଉପରକୁ ଲଗାତର ଦୁଇଟି ବୋମା ମାଡ ହୋଇଥିଲା ।ଏହି ବୋମା ମାଡରେ କାହାରକିଛି ହୋଇନାହିଁ । ମାତ୍ର ମଦ ଦେକାନର ଟିଣ କଣା ହୋଇଥିବା ଜଣାପଡିଛି । ଖବର ପାଇ ସତ୍ୟବାଦୀ ଥାନା ଅଧିକାରୀ ଦେବୀ ପ୍ରସାଦ ପାତ୍ର ଘଟଣାସ୍ଥଳରେ ପହଞ୍ଚି ସିସି କ୍ୟାମେରା ଦେଖିବା ସହ ତଦନ୍ତ ଜାରି ରଖିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୯/୨୦୨୧----୧୦,୦୦
Sakhigopal News, 9/9/2021