Breaking News

ବିଭିନ୍ନ ସ୍ଥାନରେ ଗଣେଶ ଭଷାଣୀ ଆରମ୍ଭ

 


ସାକ୍ଷୀଗୋପାଳ----- ରାଜ୍ୟରେ କରୋନା କଟକଣା କିଛି ମାତ୍ରରେ କୋହଳ କରାଯିବାରୁ ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା । ଏବେ ଗଣେଶ ମୁର୍ତ୍ତି ବିସର୍ଜନ ସେହିପରି ଆରମ୍ଭ ହୋଇଯାଇଛି ।  ସତ୍ୟବାଦୀ ବଜାରର ଗଣେଶ ମଣ୍ଡପ, ବଡବଜାର ଗଣେଶ, ଗେଟ ବଜାର ଗଣେଶ, ବିଭିନ୍ନ କ୍ଳବ ଘର ଓ ଗ୍ରାମ ମାନଙ୍କରେ ପୂଜା କରାଯାଇଥିବା ଗଣେଶ ବିସର୍ଜନ ଆରମ୍ଭ ହୋଇଯାଇଛି । ସେହିପରି  ବଳପୁର ଗ୍ରାମ ପଞ୍ଚାୟତର  ବାହ୍ମଣସାହି, ଦାସସାହି, ବେହେରା ସାହିର  ଯୁବକ ମାନେ ଗଣେଶ ପୂଜା କମିଟି ପକ୍ଷରୁ ପାରମ୍ପାରିକ ଘୋଡାନାଚ ସହିତ ଷଣ୍ଢନାଚ ଓ ବାଦ୍ୟ ବଜାଇ ପୂଜକ ବିଶ୍ୱନାଥ ପଣ୍ଡା, ନାରାୟଣ ପଣ୍ଡାଙ୍କ ଦ୍ୱାରା ଗଣେଶ ମୁତ୍ତି ଭାର୍ଗବୀ ନଦୀରେ ବିସର୍ଜନ କରିଥିଲେ । ଗଣେଶ କମିଟିର ମୁଖ୍ୟ ମକରା ମୁଦୁଲି, ଅକ୍ଷୟ ଭୋଇ, ବୃନ୍ଦାବନ ମୁଦୁଲି, ବେଣୁଧର ବେହେରା, ରୂପରାଜ ବେହେରା, ଜଟାଧାରୀ ବେହେରା, ରାଜେଶ ସାହୁ, ଲକ୍ଷ୍ମଣ ବେହେରା, ଆଲୋକ ବେହେରା, ପ୍ରସାଦ ବେହେରା ପ୍ରମୁଖଙ୍କ ନେତ୍‌ୃତ୍ୱରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୯/୨୦୨୧----୬,୩୦ 

Sakhigopal News, 19/9/2021

Blog Archive

Popular Posts