Breaking News

ସର୍ବ ଭାରତୀୟ ରେଳ ଚାଳକ ସଂଘର ବିକ୍ଷୋଭ ପଦର୍ଶନ




ଜଟଣୀ --ଖୋର୍ଦ୍ଧା ରୋଡ ପୂର୍ବତଟ ରେଳ ପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ସର୍ବ ଭାରତୀୟ ରେଳ ଚାଳକ ସଂଘର କେନ୍ଦ୍ରୀୟ କାର୍ଯ୍ୟ କାରିଣୀର ନିର୍ଦ୍ଧେଶ କ୍ରମେ ଚାଳକ ସଂଘ ଅନଶନ ଏବଂ ବିକ୍ଷୋଭ ପଦର୍ଶନ କରିଛନ୍ତି । ସୂଚନା କ୍ରମେ ରେଳବାଇରେ ଘରୋଇକରଣ ବନ୍ଦ କରିବା, ରେଳ ସମେତ ଦେଶର ଅନ୍ୟାନ ସରକାରୀ ଉଦ୍ୟୋଗରୁ ବିମୁଦ୍ରିକରଣ ନ କରିବା ଏବଂ ଏହାର ସମ୍ପତ୍ତିକୁ ବିକ୍ରି ଵା ଠିକରେ ନ ଦେବା, ରେଳ ଚାଳକଙ୍କ ଦୈନିକ ଅତି କମ 120 କିମି ମାଇଲେଜ ଭତ୍ତା ପ୍ରଦାନ କରିବା, ଖୋର୍ଦ୍ଧା ମଣ୍ଡଳରେ ରେଳ ଚାଳକଙ୍କ ବକେୟା ଓ. ଟି ପାଉଣା ଅତିଶୀଘ୍ର ପ୍ରଦାନ କରିବା, ଦୂରଗାମୀ ମାଲବାହି ରେଳ ମଣ୍ଡଳ ପ୍ରବନ୍ଧକଙ୍କ ସ୍ୱତନ୍ତ୍ର ରେଳକୁ ବନ୍ଦ କରିବା, ରେଳବାଇର ନିୟମ ଅନୁସାରେ ୯ ଘଣ୍ଟା କାର୍ଯ୍ୟ ସମୟ ନିର୍ଦ୍ଧରଣ କରିବା । ସେହିପରି ଚାଳକ ବିଶ୍ରାମ ଗୃହର ମାନ ବୃଦ୍ଧି, ନିର୍ଦ୍ଧାରିତ ସମୟ ପୂରଣ କରିସାରିଥିବା ସିସି. ଟିଏଲସି ଏବଂ ଡିପିସିଙ୍କୁ କାର୍ଯ୍ୟରୁ ନିରନ୍ତର କରିବା, ରାତ୍ରିକାଳୀନ ଭତ୍ତାରେ ଲାଗିଥିବା ସୀମାକୁ ହଟାଇବା, ପୁରାତନ ପେନସନ ହଟାଇ ନୂତନ ପେନସନ  ବ୍ୟବସ୍ଥା ଲାଗୁ କରିବା, ବିପଦ ସଂକେତ ପାର କଲେ ଚାଳକ ମାନଙ୍କ ଉପରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା, ଚାଳକ ଏବଂ ସହ ଚାଳକ ମାନଙ୍କୁ କରାଯାଉଥିବା ନାନା ଅତ୍ୟାଚାରକୁ ବନ୍ଦ କରିବା, ଖାଲିଥିବା ପଦବୀକୁ ଅତି ଶୀଘ୍ର ପୂରଣ କରିବା, ସମସ୍ତ ଚାଳକ ନିୟନ୍ତ୍ରଙ୍କ କାର୍ଯ୍ୟାଳୟରେ ମଟର ସାଇକେଲ ଏବଂ ଚାରି ଚକିଆ ଯାନ ରଖିବା ପାଇଁ ଷ୍ଟାଣ୍ଡ ନିର୍ମାଣ କରିବା, କରୋନା ମୃତ କର୍ମଚାରୀଙ୍କ ପରିବାରଙ୍କୁ ୫୦ ଲକ୍ଷ୍ ଟଙ୍କା ପ୍ରଦାନ କରିବା, ପାନୀୟ ଜଳର ବ୍ୟବସ୍ଥା କରିବା,ସମସ୍ତ ଷ୍ଟେସନରେ ରେଳ ଚାଳକ ମାନଙ୍କୁ ପାଇଖାନା ବ୍ୟବହାର ପାଇଁ ଅନୁମତି ଦେବା, ସମସ୍ତ ନିୟନ୍ତ୍ରଣଙ୍କ କାର୍ଯ୍ୟାଳୟରେ ଚାଳକ ମାନଙ୍କ ପାଇଁ ଥିବା ଚାରିଚକିଆ ଯାନର ସଂଖ୍ୟା ବୃଦ୍ଧି କରିବା, ମହିଳା ଚାଳିକା ଏବଂ ସହ ଚାଳିକା ମାନଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହ ବ୍ୟବସ୍ଥା କରିବା, ପୁରାତନ କାଗଜ ପତ୍ରର ବ୍ୟବସ୍ଥା କରିବା ପ୍ରଭୁତି ଦାବି ନେଇ ସରକାରଙ୍କ କୋଭିଡ ନିୟମ ମଧ୍ୟରେ ସଂଘର ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏହି ବିକ୍ଷୋଭରେ ପୂର୍ବତଟ ଜୋନ ସଭାପତି ଶରତ ପଟ୍ଟନାୟକ, ମଣ୍ଡଳ ସଚିବ ଜୟପ୍ରକାଶ ଦଣ୍ଡପାଟ, ମଣ୍ଡଳ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ପଟନାୟକ, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦଶ୍ୟ ଅଞ୍ଜନ ସାହୁ, ଯୁଗ୍ମ ସଚିବ ଚିତ୍ତରଞ୍ଜନ ପତି, ତାଳଚେର ଶାଖା ସଚିବ ମହମ୍ମଦ ଆଲାମ, ଖୋର୍ଦ୍ଧା ଶାଖା ସଭାପତି ପ୍ରଦୀପ ମହାନ୍ତି, କଟକ ଶାଖା ସଚିବ ପ୍ରଶାନ୍ତ ନାୟକ ଯଖପୁରା ଶାଖା ସଚିବ ସଂଜୀବ ସାହୁ, ଭଦ୍ରକ ଶାଖା ସଚିବ ଅନଞ୍ଜୟ ବେହେରା, ପାରାଦ୍ୱୀପ ଶାଖା ସଚିବ ବାଘାଇ ସୋରେନ, ଅରବିନ୍ଦ ନିରାଲା, ରବି ରଞ୍ଜନ ପ୍ରକାଶ, ଵିଶାଲ କୁମାର, ବିରୁ କୁମାର, କେ. ଶ୍ରୀନିବାସ ରାଓ ପ୍ରମୁଖ ନେତୃତ୍ୱ ନେଇଥିଲେ । ଶେଷରେ ଦାବି ଗୁଡିକ ଯଥାଶୀଘ୍ର ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ର କରାଯିବା ସହ ଚକାଯାମ କରାଯିବା ପାଇଁ ସଂଘ ଚେତାବନୀ ଦେଇଥିବା ଜଣାପଡିଛି ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୯/୨୦୨୧---୧୧,୫୭ 
Sakhigopal News,21/9/2021

Blog Archive

Popular Posts