Breaking News

ଡେଲାଙ୍ଗରେ ନିଜ ନିଜ ଗଡରେ ବିଜେଡି କର୍ମୀ ସଜାଗ , ହତାଶ ହେଉଛନ୍ତି ବିଜେପି କର୍ମୀ

 ଡେଲାଙ୍ଗ---- ଡେଲାଙ୍ଗ- ପିପିଲି ରେ ଉପ ନିର୍ବାଚନ ୩୦ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବୁଥ ଗୁଡିକ ପ୍ରଶାସନିକ ପକ୍ଷରୁ ଅନୁଧ୍ୟାନ ସରିଛି । ସେହିପରି ଡେଲାଙ୍ଗ ବ୍ଳକରେ ବିଜେଡି ଗଡ ରହିଥିବା ବେଳେ ବିଜେପି ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରି କିଛି ପାଇଦା ନେବାକୁ ଚେଷ୍ଟା କରିଥିଲା । ମାତ୍ର ତାର କାର୍ଯ୍ୟକ୍ରମ ସବୁ ଓଲଟିଗଲା । ଏବେ ବିଜେପିର ମଙ୍ଗ ଧରିଥିବା ମୁଖିଆ ମୁଖିଆ କର୍ମୀ ମାନେ ବିଜେପି ନେତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଚୁପ ହୋଇ ଘରେ ବସିରହିଛନ୍ତି । ଯାହାକୁ ନେଇ ଏବେ ବିଜେପି ଅସୁବିଧାରେ ପଡିଯାଇଛି । ଅନ୍ୟ ପକ୍ଷେ ବିଜେଡି ଗଡ କୁହାଯାଉଥିବା ଡେଲାଙ୍ଗ ବ୍ଳକରେ ବିଶେଷ କରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କେତେକ ପଞ୍ଚାୟତରେ ଡେରା ପାକଇ ରହିଛନ୍ତି । ଯାହାକି ଡେଲାଙ୍ଗର ପଡୋଶୀ ବ୍ଳକ ହେଉଛି କଣାସ । ଯାହାକି ଦିବଗଂତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରେ ଏହି ନିର୍ବାଚନ ମଣ୍ଡଳୀ ଦାୟତ୍ୱ ସତ୍ୟବାଦୀ ବିଧାୟକ ଶ୍ରୀ ସାମନ୍ତରାଙ୍କ ହାତରେ ଥିଲା । ଯାହାକି ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ମଧ୍ୟ ନିଆଯାଇଥିଲା ।ଏବେ ଡେଲାଙ୍ଗ ବ୍ଳକର ସମସ୍ତ ବିଜେଡି ସରପଞ୍ଚ, ସମିତିସଭ୍ୟସଭ୍ୟା, ଜିଲ୍ଲାପ=ରିଷଦ ନିଜ ନିଜ ପଞ୍ଚାୟତରେ ଡେରା ପକାଇ ଜଗିବସିଛନ୍ତି । ପଞ୍ଚାୟ=ତକୁ କିଏସେ ଆସୁଛି କେଛଁଠି ଆସୁଛି କାହା ସହିତ ଆଲେଚନା କରୁଛନ୍ତି ସେଥିପ୍ରତି କଡା ନଜର ରଖାଯାଇଛି । ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା ନିଜ ପଞ୍ଚାୟତ ସହିତ ଆଖ ପା=ଖ ୬ଟି ପଞ୍ଚାୟତ ଉପରେ ପଡା ନଜର ରଖିଛନ୍ତି । ସେହିପରବ୍ୱ୍‌କ ଅଧ୍ୟକ୍ଷ ପ୍ରସନ୍ନ ସାହୁ ସମସ୍ତ ବ୍ଳକ ଉପରେ ନଜର ରଖିବା ସହ ସୁବିଧା ଅସୁବିଧା ଉପରେ ନଜର ରଖି ପଞ୍ଚାୟତକୁ ପଞ୍ଚାୟତ ବୁଲି କର୍ମୀ ମାନଙ୍କୁ ସଜାଗ କରୁଥିବା ଜଣାପଡିଛନ୍ତି । ବିଜେଡି କର୍ମୀ ମାନେ ନିର୍ବାଚନ ପାଖେଇ ଆସିବାରୁ ନିଜ ନିଜ ଗଡ ଜଗିରହିବାରୁ ବିଜେପି କର୍ମୀ ମାନେ ଏବେ କ’ଣ କରିବେ ଚିନ୍ତାରେ ପଡିଯାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୯/୨୦୨୧---୯.୫୦ 

 Sakhigopal News, 26/9/2021

Blog Archive

Popular Posts