>>
  • ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
  • >>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • ଭାରତ ବନ୍ଦ ସଫଳ, ଜଟଣୀ ବାମପନ୍ଥୀ ଦଳର ପିକେଟିଙ୍ଗ ଓ ରାସ୍ତା ଅବରୋଧ



    ଜଟଣୀ ---ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ୨୭ ସେପ୍ଟେମ୍ବର ଭାରତ ବନ୍ଦକୁ ସଫଳ କରିବା ଉଦେଶ୍ୟରେ ଓଡିଶା ବାମପନ୍ଥୀ ଜଟଣୀ ଶାଖା ତରଫରୁ ୨୧ ଦଫା ଦାବି ନେଇ ହରିଭାଇନା ଛକ ଠାରୁ ସୀତାରାମ ଛକ ପର୍ଯ୍ୟନ୍ତ ପଦଯାତ୍ରା ବିଭିନ୍ନ ସ୍ଲୋଗାନ ଦେଇ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାରେ ଯାନବାହାନ ଯିବାରେ ବାଧାପ୍ରାପ୍ତ ହୋଇଥଲା । କିଛି ସମୟ ପରେ ଯାତାୟାତ ସ୍ୱାଭିବିକ ଅବସ୍ଥାକୁ ଫେରିଥିଲା । ଦାବି ସମୂହ ମଧ୍ୟରେ ଖାଉଟି ଏବଂ କୃଷକ ବିରୋଧୀ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ (୨0୨0) ରଦ୍ଦ । ମରୁଡି, ବନ୍ୟା, ବାତ୍ୟା ଇତ୍ୟାଦି ସମସ୍ତ ପ୍ରାକୃତିକ ବିପର୍ଯୟରେ ଫସଲ କ୍ଷୟକ୍ଷତି ପାଇଁ ପ୍ରକୃତ କୃଷକ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ କରିବା । ମନରେଗା ଯୋଜନାରେ ସମସ୍ତ ଇଛୁକ ଶ୍ରମିକମାନଙ୍କୁ ବାର୍ଷିକ ୨00 ଦିନର କମ ଏବଂ ଦୈନିକ ମଜୁରୀ ୬୦୦ ଟଙ୍କା ଧାର୍ଯ୍ୟ କରିବା । ସରକାରୀ ଭାବେ ସମସ୍ତଙ୍କୁ ମାଗଣା ଚିକିତ୍ସା ପ୍ରଦାନ ନିମନ୍ତେ 'ସାର୍ବଜନୀନ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥା 'କୁ ସୁନିଶ୍ଚିତ କରିବା ଏବଂ ସମସ୍ତଙ୍କ ପାଇଁ "ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା 'ଲାଗୁ କରିବା । ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ବାସୀଙ୍କ ପାଇଁ ଉଦ୍ଧିଷ୍ଠ ଜଙ୍ଗଲ ଅଧିକାର ଆଇନ -୨୦୦୬ କୁ ସୁରକ୍ଷିତ କରିବା । ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ବାସୀମାନେ ଉତ୍ପାଦନ କରୁଥିବା ସମସ୍ତ କୃଷିଜାତ ସାମଗ୍ରୀ ଏବଂ ସଂଗୃହିତ ଲଘୁଜନଜାତ ସମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଇ ଆଇନଗତ ପ୍ରଦାନ କରାଯିବା । ସମସ୍ତ ଭୂମିହୀନ କୃଷକ, ଆଦିବାସୀ ଏବେ ଦଳିତ ମାନଙ୍କୁ ଜମି ବଣ୍ଟନ କରି ଜମିର ଅଧିକାର ବଣ୍ଟନ । ମହିଳା ମାନଙ୍କ ଉପରେ ହେଉଥିବା କର୍ମବରଦ୍ଧିଷ୍ଣୁ ନିର୍ଯ୍ୟାତନା, ହିଂସା, ବଳାତ୍କାର ଏବଂ ଗଣଦୁଷ୍କର୍ମ ଇତ୍ୟାଦି ପାଇଁ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ ଲାଗୁ କରିବା ।  ମହିଳାଙ୍କ ନିରାପତ୍ତାକୁ ସୁନିଶ୍ଚିନ୍ତ କରିବା ପାଇଁ ସମସ୍ତ ପ୍ରକାରର ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ଏହି ସମସ୍ତ ଦାବି ଉପରୁ ସାରାଦେଶରେ ଏବଂ ଆମ ରାଜ୍ୟରେ ଦୀର୍ଘ ୧0 ମାସ ଧରି ପ୍ରଯାୟକ୍ରମେ ଆନ୍ଦୋଳନ ଅବ୍ୟାହତ ରହିଛି । ମୋଦି ସରକାରଙ୍କ ସର୍ବନାଶକାରୀ ଏବଂ ସମାଜ ବିଭାଜନ କାରି ନୀତି ବିରୋଧରେ ୨୭ ସେପ୍ଟେମ୍ବର ମହାନ ଦେଶପ୍ରେମୀ ସହିଦ ଭଗତ ସିଂହଙ୍କ ଜନ୍ମଦିନ ଅବସରରେ 'ଭାରତ ବନ୍ଦ ' କୁ ସଫଳ କରିବା ସହିତ ଆମର ଅଧିକାର ପାଇଁ ପ୍ରତିବାଦ ଏବଂ ପ୍ରତିରୋଧ ଆନ୍ଦୋଳନକୁ ଆହୁରି ମଜବୁତ କରିବା ଉଦେଶ୍ୟରେ ଓଡିଶା ବାମପନ୍ଥୀ ଦଳ ଜଟଣୀ ଶାଖାର ନିରଞ୍ଜନ ବେହେରା, ସାରଙ୍ଗଧର ବେହେରା, ମନ୍ମଥ କୁମାର ଡାକୁଆ, ବେଣୁଧର ନାୟକ ଏବଂ ଜଟଣୀ ଦଳିତ ଜାତି ସଂଘର କୁନ୍ଦନ ନାୟକ ସହ ଅନ୍ୟାନ୍ୟ କର୍ମୀ ଏହାକୁ ସହଯୋଗ କରିଥିଲେ ।
    ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୯/୨୦୨୧---୭,୫୦ 
    Sakhigopal News,27/9/2021

    Blog Archive

    Popular Posts