ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ପ୍ରେସ କ୍ଳବ ସାକ୍ଷୀଗୋପାଳ ପକ୍ଷରୁ ଶୋକସଭା
ସାକ୍ଷୀଗୋପାଳ ----- ଯୁବ ସାମ୍ବଦିକ ଅରିନ୍ଦମ ଦାସଙ୍କ ଏକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଯାଇଛି । ଆଜି ଏକ ଅପରେସନ ଗଜାନନ ବେଳେ ମୁଣ୍ଡୁଳି ଠାରେ ବୋଟ ଓଲଟି ପଡିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ସାକ୍ଷୀଗୋପିନାଥଙ୍କ ନିକଟରେ ପ୍ରେସ କ୍ଳବ ସାକ୍ଷୀଗୋପାଳ ପକ୍ଷରୁ ଦୀପ ଦାନ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଳବର ସଭାପତି ଧୀରେନ୍ଦ୍ର ସେନାପତି, ଉପସଭାପତି ନିରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ପୂର୍ଣ୍ଣାନନ୍ଦ ତ୍ରିପାଠୀ, ଲିଗାଲ ଆଡଭାଇଜର ସୁଶାନ୍ତ କୁମାର ରଥ, ସମ୍ପାଦକ ତୁଷାର ରଞ୍ଜନ ନାୟକ, ପରାମର୍ଶ ଦାତା ହୃଷିକେସ ମହାପାତ୍ର, ସଦସ୍ୟ ଦେବତିକ୍ତ ମିଶ୍ର, ତ୍ରିନାଥ ବାରିକ, ପ୍ରଭାତ ସାହୁ ପ୍ରମୁଖଙ୍କ ଉପସ୍ଥିତି ରହି ଶୋକ ପ୍ରକାଶ କରିଥିଲେ । ଓଡିଶା ଜଣେ ଯୁବ ସାମ୍ବାଦିକଙ୍କୁ ହରାଇଲା ଓ ତାଙ୍କ ପରିବାରଙ୍କୁ ଧର୍ଯ୍ୟ ଓ ସାହସ ପ୍ରଭୁ ଜଗନ୍ନାଥ ଦିଅନ୍ତୁ ବୋଲି ସଭାପତି ଶ୍ରୀ ସେନାପତି କହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୯/୨୦୨୧----୯,୦୦
Sakhigopal News, 24/9/2021