Breaking News

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା ପ୍ରସିଦ୍ଧ ଭାରତୀୟ ହିନ୍ଦୀ ସାହିତ୍ୟିକ ଶ୍ରୀ ରାମଧାରୀ ସିଂହ ଦିନକର ଙ୍କର ଜନ୍ମ ବାର୍ଷିକୀ ପାଳନ



ଜଟଣୀ -- ୧୪/୯/୨୦୨୧ ରୁ୨୮/୯/୨୦୨୧ ପର୍ଯ୍ୟନ୍ତ ଚାଲିଥିବା “ହିନ୍ଦୀ ପଖୱାଡା” ଉତ୍ସବର ଏକ ଅଂଶ ଭାବରେ ଶ୍ରୀ ରାମଧାରୀ ସିଂହ ଦିନକରଙ୍କର ଜନ୍ମ ବାର୍ଷିକୀ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ର ରାଜ ଭାଷା ବିଭାଗ ଦ୍ଵାରା ପାଳନ କରାଯାଇଛି । ଶ୍ରୀ ରାମଧାରୀ ସିଂହ ଦିନକର ଜଣେ ଖ୍ୟାତନାମା ସାହିତ୍ୟିକ ଥିଲେ ଯାହାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତାଙ୍କର ଜନ୍ମ ବାର୍ଷିକୀ ପାଳନ କରାଯାଇଛି । ଶ୍ରୀ ରାମଧାରୀ ସିଂହ ଦିନକର ଜଣେ ଭାରତୀୟ ହିନ୍ଦୀ କବି, ପ୍ରବନ୍ଧକ, ଦେଶପ୍ରେମୀ ଏବଂ ବିଦ୍ୱାନ ଥିଲେ।  ଆଧୁନିକ ହିନ୍ଦୀ କବିମାନଙ୍କ ମଧ୍ୟରୁ ଅନ୍ୟତମ। ଭାରତୀୟ ସ୍ୱାଧୀନତାର କିଛି ଦିନ ପୂର୍ବରୁ ତାଙ୍କ ଜାତୀୟତାବାଦୀ କବିତାର ଫଳସ୍ବରୁପ ସେ ବିଦ୍ରୋହର କବି ଭାବରେ ପୁନଃ ଉଦ୍ଭାସିତ ହୋଇଥିଲେ ।ଏହି ଅବସରରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ, ଶ୍ରୀ ରଂଜନ କୁମାର ମହାନ୍ତି ଏହି ପ୍ରସିଦ୍ଧ କବିଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟରେ ଅଂଶଗ୍ରହଣ କରି କର୍ମଚାରୀମାନେ ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କର ଜୀବନ ଏବଂ ପ୍ରସିଦ୍ଧ କବିତା ବିଷୟରେ ବର୍ଣ୍ଣନା କରିଥିଲେ । ପ୍ରସିଦ୍ଧ ବହୁମୁଖୀ ସାହିତ୍ୟିକଙ୍କ ଉପରେ ଏକ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ତାଙ୍କ ପ୍ରିୟ ସ୍ମୃତିରେ  ପ୍ରସାରିତ ହୋଇଥିଲା ।  ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ୟେଲିନା ପଣ୍ଡା, ମଣ୍ଡଳ ରାଜ ଭାଷା ଅଧିକାରୀ ସଂଯୋଜନା କରିଥିଲେ ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୯/୨୦୨୧---୬,୩୦ 
Sakhigopal News,25/9/2021

Popular Posts