Breaking News

କୃଷକ ଓ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ


 ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ସ୍ଥିତ ପୁରୀ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମଙ୍ଗଳବାର ଏକ କୃଷକ ଓ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଭରଚୁଆଲ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିବତ୍ତିୀତ ପାଣିପାଗ ସହିତ ନମନୀୟତା ରଖି ପାରୁଥିବା କୃଷି ସମ୍ମନ୍ଧୀୟ ଜ୍ଞାନ କୌଶଳ ଏବଂ ପ୍ରଣାଳୀର ପ୍ରଚାର ପ୍ରସାର ପାଇଁ ଏକ ସଚେତନତା ଶିବିରକୁ ଅନଲାଇନି ମାଧ୍ୟମରେ ଉଦଘାଟନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର କେତେକ ପୁରୁଷ ଓ ମହିଳା ଚାଷୀ ମାନଙ୍କ ସହିତ ସିଧା ସଳକ ଭରଚୁଆଲ ମାଧ୍ୟମରେ ଆଲେଚନା କରିଥିଲେ । କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ, ସଞ୍ଜୟ କୁମାର ମହାନ୍ତି ଆଲେଚନା ଚକ୍ରରେ ସଭାପତିତ୍ୱ କରିବାସହ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ପରେ ପରେ  କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶତାଧିକ ପୁରୁଷ ମହିଳା ଚାଷୀ ମାନଙ୍କ ସହିତ ଏକ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଚାଷୀ ମାନେ ମତ୍ସ୍ୟ , ଜଳବାୟୁ ପରିବର୍ତ୍ତନ, ବାତ୍ୟା, ପବନ, ଖରା, ଶୀତ ସମୟରେ ଚାଷ ସମ୍ମନ୍ଦୀୟ ବିଭିନ୍ନ ପ୍ରଶ୍ନ ମତ୍ସ୍ୟ ବୈଜ୍ଞାନିକ ଡଃ ଅମ୍ବିକା ପ୍ରସାଦ ନାୟକ, ଡଃ, ଦୀପାଶିଖା ତାରମଜିତା କୃଷି ଯାନ୍ତ୍ରୀକ, ସୋନୀ ତାରାଣୀ ସେଠୀ କୃଷି ସମ୍ପସାରଣ ଅଧିକାରୀଣି ଉତ୍ତରଖିଥଲେ । ଏଥି ସହିତ ସବୁଦାୟ ୩୫ ଗୋଟି ନୂତନ କିସମର ବିହନ ଉଦଘାଟନ କରାଯାଇଥିଲା । ଯାହାକି ଜଳବାୟୁ ପରିବର୍ତ୍ତନ ସହଣୀ ହେବା ସହିତ କୁ ପୋଷଣ ଦୂର କରିବାରେସହାୟକ ହେବ ବୋଲି ଡଃ ଶ୍ରୀ ମହାନ୍ତି କହିଛନ୍ତି । ଏଠାରେ ଉନ୍ନତ ଧରଣର ମାଛ ବିହନ ବିକ୍ରୟ କରାଯାଉଛି ବୋଲି ଡଃ ଶ୍ରୀ ନାୟକ କହିଥିଲେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୯/୨୦୨୧---୩,୫୫ 

Sakhigopal News, 28/9/2021

Blog Archive

Popular Posts