Breaking News

ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାର ଗବେଷଣା ସଫଳତା



ଜଟଣୀ --ଜଟଣୀ ସ୍ଥିତ ଭୁବନେଶ୍ୱର ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାର ବୈଜ୍ଞାନିକ ମାନେ ଆର. ଏନ. ଏ. କୁ ସାମାନ୍ୟ ତାପମାତ୍ରା ୨୫°ଡିଗ୍ରୀ ସେଲ୍ସିଏସରେ ସରଂକ୍ଷଣ କରିବାରେ ସମର୍ଥ ହୋଇଛନ୍ତି  । ସମଗ୍ର ଦେଶରେ ଏହା ପ୍ରଥମ ବୋଲି କୁହାଯାଇଛି । ସୂଚନା ଦୀର୍ଘଦିନ ଧରି ବିଭିନ୍ନ ଦେଶରେ ରାଇବୋନି ଉକ୍ଲିକ ଏସିଡ (ଆର. ଏନ. ଏ ) ର ସରଂକ୍ଷଣ ଉପରେ ଗବେଷଣା ଚାଲିଛି । ଔଷଧ ଟୀକା ଏବଂ ଡି. ଏନ. ଏ. ପ୍ରସ୍ତୁତି, ଜିନ୍ମୋଦିନ ଠାରୁ ଆରମ୍ଭ କରି ରୋଗ ନିଦାନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ଆର. ଏନ. ଏ. ର ଆବଶ୍ୟକତା ରହିଛି । ଏଥିପାଇଁ ଆର. ଏନ. ଏ. ର ସରଂକ୍ଷଣ ଅତ୍ୟନ୍ତ ଆବଶ୍ୟକ । ବିଯୁକ୍ତ ୨୦ ରୁ ବିଯୁକ୍ତ ୮୦ ଡିଗ୍ରୀ ସେଲ୍ସିଏସରେ ଆର. ଏନ. ଏ. କୁ ସରଂକ୍ଷଣ କରାଯାଇ ପାରେ ହେଲେ ସାମାନ୍ୟ ତାପମାତ୍ରାରେ ଆର. ଏନ. ଏ. କୁ ସରଂକ୍ଷଣ କରିବା ଗୋଟେ ପ୍ରତିବନ୍ଧକ କାର୍ଯ୍ୟ । ଏହି କମ ତାପମାତ୍ରା ବ୍ୟବସ୍ଥା ଥିବା ଫ୍ରିଜର ବ୍ୟବହାର ଓ ପରିଚାଳନା ପାଇଁ ବିପୁଳ ଅର୍ଥର ଆବଶ୍ୟକ । ଏହାର ବିକଳ୍ପରେ ଭୁବନେଶ୍ୱର ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ନାଇଜର )ର ବୈଜ୍ଞାନିକ ମାନେ ଆର. ଏନ. ଏ. କୁ ସାମାନ୍ୟ ତାପମାତ୍ରା ୨୫° ସେଲ୍ସିଏସରେ ସଂରକ୍ଷଣ କରିବାରେ ସମର୍ଥ ହୋଇଛନ୍ତି । ସବୁଜ ଏବଂ ଅଣ ବିଷାକ୍ତ ଆୟୋନୀକ୍ଲିକୁଇଡ୍ରେ ଆର. ଏନ. କୁ ଗୋଟେ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ସାମାନ୍ୟ ତାପମାତ୍ରାରେ ରଖାଯାଇପାରିବ ବୋଲି କହିଛନ୍ତି ନାଇଜରର ସ୍କୁଲ ଅଫ ମେଡିକାଲ ଲାଇସେନ୍ସ ବିଭାଗର ମୁଖ୍ୟ ପ୍ରଫେସର ଡ଼ଃ. ହିମାଂଶୁ ଶେଖର ବିଶ୍ୱାଳ । ଗତ ଦୁଇ ବର୍ଷ ଧରି ତାଙ୍କ ତତ୍ୱାବଧାନରେ ତାଙ୍କ ପି. ଏଚ. ଡି. ଛାତ୍ର ମାନେ ଆର. ଏନ. ଏ. ଏବଂ ଆୟୋନୀକ୍ଲୁକିଡ ଉପରେ ଗବେଷଣା କରୁଥିଲେ । ଜୈବ ଅନୁକୂଳତା କୋଲିନ ଏମୋନିଆ ଏସିଡ ଆଧାରିତ ଆୟୋନୀ କ୍ଲିକୁଇଡ କମ ମୂଲ୍ୟରେ ପ୍ରସ୍ତୁତି କରିବରେ ସଫଳ ହୋଇଥିଲେ । ଏହାକୁ ଦ୍ରବଣକାରି ଭାବେ ବ୍ୟବହାର କରି ଆର. ଏନ. ଏ. କୁ ସାମାନ୍ୟ ତାପମାତ୍ରାରେ ସରଂକ୍ଷଣ କରିବାକୁ ପ୍ରୟାସ କରିଥିଲେ । ବିଭିନ୍ନ ପଦ୍ଧତି ଦ୍ୱାରା ସେମାନେ ଦେଖିଥିଲେ ଯେ ଏହି ଆୟୋନୀ କ୍ଲିକୁଇଡ୍ରେ ଆର. ଏନ. ଏ. ର ଗୁଣବତ୍ତାରେ କୌଣସି ପ୍ରକାରର ପରିବର୍ତ୍ତନ ହେଉନାହିଁ । ସେମାନେ ମଧ୍ୟ ଆର. ଏନ. ଏ. କୁ ଆୟୋନୀକ୍ଲିକୁଇଡ୍ରେ ଏକ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ସରଂକ୍ଷଣ କରି ପୁନର୍ବାର ବ୍ୟବହାର କରିବାରେ ସଫଳ ହୋଇଛନ୍ତି । ପ୍ରଫେସର ବିଶ୍ୱାଳ ଏବଂ ତାଙ୍କ ଟିମକୁ ଏହି ନୂତନ ଉଦ୍ଭାବନର ରିପୋର୍ଟ ସମ୍ମାନଜନକ ଅନ୍ତର୍ଜାତୀୟ ଜେନେରାଲ ଏସିଏ ସେଣ୍ଟ୍ରାଲ ଲାଇସେନ୍ସରେ ପ୍ରକାଶ ପାଇଛି । ସ୍ୱଳ୍ପ ଖର୍ଚରେ ଆର. ଏନ. ଏ. ର ସରଂକ୍ଷଣ ସହ ଦେଶବିଦେଶକୁ ପରିବହନରେ ମଧ୍ୟ ସହାୟକ ହେବ ବୋଲି ସେମାନେ କହିଛନ୍ତି । ଏବେ ସେମାନେ ଆର. ଏନ. ଏ. କୁ ଛଅ ମାସରୁ ଅଧିକ ସମୟ ସରଂକ୍ଷଣ କରିବାରେ ଗବେଷଣା କରୁଛନ୍ତି । ଆର. ଏନ. ର ସରଂକ୍ଷଣ ପରେ ଏବେ ଏମ. ଆର. ଏ. ର ସରଂକ୍ଷଣ ଉପରେ ମଧ୍ୟ ଗବେଷଣା ଜାରି ରଖିଛନ୍ତି ନାଇଜରର ପ୍ରଫେସର ବିଶ୍ୱାଳ ଏବଂ ତାଙ୍କ ଟିମ ବୋଲି ଜଣାପଡିଛି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୯/୨୦୨୧----୬,୩୫  
Sakhigopal News,25/9/2021

Popular Posts