ବନ୍ୟଜନ୍ତୁ ଶିକାର ଉଦ୍ୟମ ବିଫଳ ; ଦୁଇ ଶିକାରୀ ଗିରଫ, ବନ୍ଧୁକ ଜବତ
ଭଞ୍ଜନଗର--- ବନ୍ଧୁକ ଧରି ଜଙ୍ଗଲ ଭିତରେ ପଶୁ ଶିକାର କରିବା ଉଦ୍ୟମ ବିଫଳ ହୋଇଛି । ବନବିଭାଗ କର୍ମଚାରୀ ଦୁଇଜଣ ଶିକାରୀ ଙ୍କୁ ଗିରଫ କରିବା ସହ , ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ , ଗୁଳି ଓ ଶିକାରରେ ବ୍ୟବହୃତ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛନ୍ତି ବନବିଭାଗ ର କର୍ମଚାରୀ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର , ତାରସିଂ ବନାଞ୍ଚଳ ଅନ୍ତର୍ଗତ ଗାୟାଗଣ୍ଡା ସେକସନରେ ଥିବା ସଂରକ୍ଷିତ ଜଙ୍ଗଲରେ ନଜରକୁ ଆସିଛି ଏଭଳି ଘଟଣା । ଗିରଫ ଅଭିଯୁକ୍ତ ମାନେ ହେଲେ ସୁନର୍ଜୟ ପ୍ରଧାନ ଓ ତ୍ରିନାଥ ପ୍ରଧାନ । ଏମାନଙ୍କଘର କୋକଳବା ବନ୍ଧ ସାହିର ବେଲି ଜଣାପଡିଛି। ଉଭୟେ ସ୍ଥାନୀୟ ଆମ୍ବଝରା ଜଙ୍ଗଲ ଭାଗ ନମ୍ବର - ୧୦ ରେ , ବନ୍ୟଜନ୍ତୁ ଙ୍କୁ ଶିକାର ଉଦ୍ଦେଶ୍ୟରେ ବୁଲୁଥିବା ଖବର ପାଇ ବନଖଣ୍ଡ ଅଧିକାରୀ ଅଭୟ ଦଳେଇଙ୍କ ନିନ୍ଧେର୍ଶ କ୍ରମେ ତାରସିଂ ବନାଞ୍ଚଳ ଅଧିକାରୀ ଆଶାଲତା ଦିଗାଲ ଙ୍କ ପରାମର୍ଶ କ୍ରମେ ଅଭିଯୁକ୍ତଙ୍କୁ ଧରିଥିଲେ ବନ କର୍ମଚାରୀ । ସେମାନଙ୍କୁ ଜେରା ପରେ ଜଣାପଡ଼ିଥିଲା ଯେ ପୂର୍ବରୁ ସେମାନେ ବହୁଥର ଜଙ୍ଗଲ ଭିତରେ ବନ୍ୟଜନ୍ତୁଙ୍କୁ ଶିକାର କରିଛନ୍ତି । ହେଲେ ବନ କର୍ମଚାରୀଙ୍କ ନଜର ର ଖସି ଚାଲିଯାଇଥଲେ । ସଂପୃକ୍ତ ଅଭିଯୁକ୍ତ ଙ୍କୁ ଗିରଫ ପରେ ସେମାନଙ୍କୁ କୋର୍ଟ କୁ ଚାଲାଣ କରାଯାଇଥିବା ନେଇ ବନାଞ୍ଚଳ ଅଧିକାରୀ ଶ୍ରୀ ଦିଗାଲ ସୂଚନା ଦେଇଛନ୍ତି । ଏହି ଚଢାଉ ରେ ଗାୟାଗଣ୍ଡା ବନପାଳ ମାନସରଂଜନ ପ୍ରଧାନ, ବନରକ୍ଷୀ ଶିବଶଙ୍କର ବିଷୋୟୀ ଅଶୋକ ସେଠୀ ଓ ସ୍କ୍ୱାର୍ଡ ଟିମ୍ ସାମିଲ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୯/୨୦୨୧----୮,୪୦ Sakhigopal News,29/9/2021