Breaking News

କୁଟୁଣୀକୁମ୍ପା ଗୁଳିମାଡ଼ ଘଟଣା .. ଚିକିତ୍ସାଧୀନ ଆହତଙ୍କ ମୃତ୍ୟୁ , ପୋଲିସ ହାତରେ ଧରାପଡିଲା , ଗୁଳିମାଡ଼ କରିଥିବା ନାବାଳକ

ଭଞ୍ଜନଗର---ସହଯୋଗୀ ର ବନ୍ଧୁକରୁ ଗୁଳି ଫୁଟି ସହଯୋଗୀର ମୁତ୍ୟ ଘଟଣାରେ ସହଯୋଗୀ ନାବାଳକ କୁ ଧରିଛି ପୋଲିସ । ଭଂଜନଗର ଥାନା ଅନ୍ତର୍ଗତ କୁଟୁଣିକୁମ୍ପା ଗାଁ ନିକଟରେ ଗତ ,୨୧ ତାରିଖ ରେ ଏହି ଗୁଳିମାଡ଼ ଘଟଣା ଘଟିଥିଲା । ଘଟିଥିବା ଘଟଣା  ପ୍ରକାରେ , ଜଣେ ସହଯୋଗୀ ଙ୍କ ସହ ଘଟଣା ଦିନ ,  ରାତି ପ୍ରାୟ ୩ ଟା ସମୟରେ ଧାନ କ୍ଷେତକୁ ବରହା୍ ଘଉଡ଼ାଇବାକୁ ଯାଇଥିଲେ କୁଟୁଣିକୁମ୍ପା ଗ୍ରାମର ଶିବରାମ ନାୟକ ଓ ଜଣେ ସହଯୋଗୀ । ସହଯୋଗୀ ର ଗୁଳିମାଡ଼ରେ  ଶିବରାମ ଆହତ ହୋଇଥିଲେ । ଘଟଣା ସ୍ଥଳରୁ ସହଯୋଗୀ ଜଣକ  ଫେରାର ହୋଇଯାଇଥିଲେ ।  ଆହତ ଶିବରାମ ଘଟଣା ସ୍ଥଳରେ ପଡ଼ି , ଛଟପଟ ହେଉଥିଲେ । ଏହି ଘଟଣାକୁ ସ୍ଥାନୀୟ କିଛି ଲୋକ ଦେଖିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ,   ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା କରାଯିବା ପରେ ଶିବରାମର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ  ବ୍ରହ୍ମପୁର ମେଡିକାଲ ଓ ପରେ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା ।  ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଶିବରାମଙ୍କ ମୃତ୍ୟୁ ହୋଇଥିବା ଭଞ୍ଜନଗର ପୋଲିସ ପାଖରେ ଖବର ପହଞ୍ଚିଥିଲା  । ତାଙ୍କ ଦେହରେ ଦୁଇ ରାଉଣ୍ଡ୍ ଗୁଳି ବାଜିଥିଲା । ଘଟଣା ସଂକ୍ରାନ୍ତରେ ପୋଲିସ ଅନୁସନ୍ଧାନ ଆରମ୍ଭ କରି ସହଯୋଗୀ କୁ ଧରିବାରେ ସଫଳ ହୋଇଥିଲା । ତେବେ ଗୁଳିମାଡ଼ କରିଥିବା ସହଯୋଗୀ ଜଣକ  ଜଣେ ନାବାଳକ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି  ।  ସଂପୃକ୍ତ ବାଳଅପରାଧି କୁ ଅଟକ ରଖି ପଚରା ଉଚରା ପରେ ତାକୁ ବାଳସ୍ବଧାରଗୃହ ପଠାଯାଇଥିବା ନେଇ ବିଭାଗୀୟ ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି।
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୧୦/୨୦୨୧ ---୬,୦୫
Sakhigopal News,1/10/2021

Blog Archive

Popular Posts