ଅଳଗୁମ-ମାଳିସାହି ଠାରୁ ଶୁକଳ ପର୍ଯ୍ୟନ୍ତ ରାସ୍ତା ଏବେ ମରଣଯନ୍ତା ସାଜିଛି
ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକର ପଶ୍ଚିମ ସତ୍ୟବାଦୀର ଶୁକଳ ଛକକୁ ସଂଯୋଗ କରୁଥିବା ଆରଡି ରାସ୍ତା ଏବେ ସ୍ଥାନୀୟ ଗ୍ରାମାବସୀ ମାନଙ୍କ ପାଇଁ ମରଣଯନ୍ତ୍ା ସାଜିଛି । ପ୍ରତିଦିନ କିଛି ନା କିଛି ଛୋଟ ବଡ ମାନ ଦୁର୍ଘଟଣା ଘଟୁଥିବା ଜଣାପଡିଛି । ଏହି ରାସ୍ତା ଦେଇ ପ୍ରାୟ ୨୦ ଖଣ୍ଡ ଗ୍ରାମର ୧୦ହଜାର ଲୋକଙ୍କର ମୁଖ୍ୟ ରାସ୍ତା । ବିଶେଷ କରି ବର୍ଷା ହୋଇଗଲେ ରାସ୍ତାରେ ସୃଷ୍ଟି ହୋଇଥବା ଖାଲ ଖମାରେ ପାଣି ଜମି ରହଛି । ମଟର ସାଇକେଲ ଆରୋହୀ ମାନେ ନ ଜାଣି ପାରି ପାଣିଥିବା ଖାଲରେ ପଡି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । କଣାସ ଅଞ୍ଚଳର ତପନ ବରାଳ ପରିବାର ସହ ଯାଉଥିବା ବେଳେ ଦୁଘଁଟଣାର ସମ୍ମୁଖୀନ ହୋଇଛନ୍ତି । ଅଳଗୁମ - ମାଳିସାହି ଠାରୁ ଭାୟା ସିଂହାକୁଦା, ଡାହାଣ, ହାଟପଡା, ବାଲିକୁଦ, ଇଛାପୁର, ମଧୁବନ, ବ୍ରହ୍ମପୁର ଓ ବାଣପୁର ଦେଇ ଶୁକଳକୁ ଯାଉଥିବା ଲୋକମାନଙ୍କର କଥା କହିଲେ ନ ସରେ । ଏ ରାସ୍ତା ସମ୍ପର୍କରେ ଗ୍ରାମବାସୀ ମାନେ ଅନେକ ସମୟରେ ଆରଡି ବିଭାଗୀୟ ଜେଇଙ୍କୁ କହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏ ଦିଗପ୍ରତି ନଜର ଦେଉନଥିବା ଗ୍ରାମାବସୀ ମାନେ ଅଭିଯୋଗ ଆଣିଛନ୍ତି । ଏହି ରାସ୍ତାରେ ୧୦ ବର୍ଷ ହେବ ବିଭାଗ ପକ୍ଷରୁ ଟଙ୍କାଟିଏ ଖର୍ଚ୍ଚ କରାଯାଇନାହିଁ ବୋଲି ଗ୍ରାମବାସୀ ମାନେ କହନ୍ତି । ତୁରନ୍ତ ଉକ୍ତ ରାସ୍ତା କାମ କରିବା ପାଇଁ ଡାହାଣେଶ୍ୱର ଗ୍ରାମ୍ୟ ବିକାଶ ପରିଷଦ ବିଧାୟକଙ୍କ ପାଖରେ ଦାବି କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ,ଧୀରେନ୍ଦ୍ର ସେନାପତି, ୨୯/୯/୨୦୨୧---୨,୫୦
Sakhigopal News, 29/9/2021