ସାମ୍ବାଦିକ ଙ୍କ ମାତୃ ବିୟୋଗ
ବରଗଡ଼--- ଭେଡେନ ବ୍ଲକ୍ ରେମଣ୍ଡା ପଞ୍ଚାୟତ ଅନ୍ତର୍ଗତ ଥୁଆପାଲି ଗ୍ରାମର ଦୈନିକ ସମାଜ ଖବରକାଗଜ ର ସାମ୍ବାଦିକ ପ୍ରଭାକର ଦାଶଙ୍କ ମା ତପସ୍ଵିନୀ ଦାଶ ଙ୍କ ୮୨ ବର୍ଷ ବୟସରେ ଥୁଆପାଲି ସ୍ଥିତ ନିଜ ବାସଭବନରେ ମଙ୍ଗଳବାର ରାତ୍ର ୨ ଟାରେ ପରଲୋକ ଘଟିଛି । ସେ ଜଣେ ଧର୍ମ ପରାୟଣ, ପରୋପକାରୀ ମହିଲାଥିଲେ ।ସେ ତାଙ୍କରେ ଗୋଟିଏ ଝିଅ ୫ ଜଣ ପୁଅ ୯ ନାତି ନାତୁଣୀ ପଣନାତି ଓ ବନ୍ଧୁ ପରିଜନକୁ ଛାଡି ଯାଇଛନ୍ତି ।ତାଙ୍କର ମୃତ୍ୟୁ ଖବର ଶୁଣି ଅନେକ ମାନ୍ୟଗଣ୍ୟ ବ୍ଯକ୍ତି ତାଙ୍କ ଘରକୁ ଯାଇ ଶେଷ ଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ବଡ ପୁଅ ତାନସେନ ଦାଶ ମୁଖାଗ୍ନି ଦେଇଥିଲେ । ଭେଡେନ ରୁ ଭବାନୀଶଙ୍କର ପାଢୀଙ୍କ ରିପୋର୍ଟ, ୨୯/୯/୨୦୨୧----୯,୧୫
Sakhigopal News,29/9/2021