Breaking News

ପିପିଲି ବିଧାନସଭା ଉପନିର୍ବାଚନ ଉଷ୍ମତା ; ଡେଲାଙ୍ଗରେ ବିଜେଡିର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ସ୍ଥିତ ସିଂହବ୍ରହ୍ମପୁର ପଞ୍ଚାୟତର କଲ୍ୟାଣମଣ୍ଡପ ଗୃହରେ ବିଜେଡିର ମୁଖ୍ୟ ପର୍ଯ୍ୟବେକ୍ଷକ ସନ୍ତୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ବାଙ୍କୀ ବିଧାୟକ ଦେବୀ ପ୍ରସାଦ ତିପ୍ରାଠୀ, ବିଜେଡି ପ୍ରର୍ଥୀ ରୁଦ୍ର ପ୍ରତାପ ମହାରଥୀ, ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜଟଣୀର ପୂର୍ବତନ ବିଧାୟକବିଭୂତି ବଳବନ୍ତ ରାୟ, ପର୍ଯ୍ୟବେକ୍ଷକତ୍ରିଲୋଚନ ତରାଇ, ପ୍ରଳୟ ବେଉରା, ଅସ୍ମିତା ଦାସ, ପ୍ରମିଳା ମହାନ୍ତି, ଆର୍ତ୍ତବନ୍ଧୁରାଉତରାୟ, ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ତଥା ଡେଲାଙ୍ଗ ବ୍ଳକ ମହିଳା ବିଜେଡି ସଭାନେତ୍ରୀ ବାସନ୍ତୀ ସାହୁ, ସୁଦୀପ୍ତ ନାୟକ ପ୍ରମୁଖ ଶତାଧିକ ବିଜେଡି କର୍ମୀ ମାନେ ଯୋଗଦେଇଥିଲେ । ଆଗାମୀ ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଯୋଗଦେଇଥିବା ଅତିଥି ମାନେ ଆହ୍ୱନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ଲୋକପିୟତା ସମ୍ପର୍କରେ ଦଳୀୟ କର୍ମୀଙ୍କୁ ଅବଗତ କରିଥିଲେ ।ବିଜେପି ଓ କଂଗ୍ରେସ ର ମିଥ୍ୟା ପ୍ରତିଶୃୁତିରେ ବିଶ୍ୱାସ ନ କରିବାକୁ ଦଳୀୟ ନେତୃବୁନ୍ଦ ମାନେ କର୍ମୀ ମାନଙ୍କୁ କହିଥିଲେ । ଦିବଗଂତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅଧୁରା କାମକୁ ସାକାର କରିବା ପାଇଁ ତାଙ୍କ ସୁଯୋଗ୍ୟ ପୁତ୍ର ରୁଦ୍ର ପ୍ରତାପ ମହାରଥୀଙ୍କୁ ସୁଯୋଗ ଦେବା ସହ ଆଗାମୀ ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ନର୍ବାଚିତ କରିବାକୁ କର୍ମୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ସିଂହ ନିବେଦନ କରିଥିଲେ । ଶେଷରେ ସୁଧାକର ମାର୍ଥା ଧନ୍ୟବାଦ ଦେଇଥିଲେ । ସେହିପରି ଗଡମୋଟରୀ ଉଗ୍ରେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଯୁବ ବିଜେଡି କର୍ମୀ ମାର୍କଣ୍ଡ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଏକ କର୍ମୀ ବେହଠକ ଅନୁଷ୍ଠିତ ହୋଇଯାଇଛି । ପ୍ରୟ ମୁଖମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ସୁଶାସନ ଯୋଗୁ ୨୧ ବର୍ଷ ଧରି ସମସ୍ତ ବିଜୁ ପ୍ରେମୀ ମାନଙ୍କୁ ଏକାଠି ରଖିପାରିଛି ବୋଲି କର୍ମୀ ମାନେ ମତ ପ୍ରକାଶ କରିଥିଲେ । ଅଗାମୀ ୩୦ ତାରିଖରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ କର୍ମୀ ମାନେ ଶପଥ ନେଇଥିଲେ । ପ୍ରାୟ ୫୦ରୁ ଅଧିକ କର୍ମୀ ମାନେ ଏହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ ।  

=ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୯/୨୦୨୧---୯,୦୫   Sakhigopal News, 19//9/2021

Blog Archive

Popular Posts