Breaking News

ସତ୍ୟବାଦୀ ରେ ଭୟାବହ ଅଗ୍ନିକାଣ୍ଡ , ୧୫ ବଖରା ଚାଳଘର ଜଳି ଗଲା


ସାକ୍ଷୀଗୋପାଳ ---- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଘାଷିଭବାନୀପୁର ଗ୍ରାମରେ ଅଗ୍ନି କାଣ୍ଡ ଘଟି ୧୫ ବଖରା ଚାଳଘର ଭସ୍ମିଭୂତ ହୋଇଯାଇଛି  । ଶୁକ୍ରବାର ଅପରାହ୍ନ ୨ଟା ବେଳେ ଭଗବାନ ପ୍ରଧାନ ଙ୍କ ଘରେ ଇଲେକ୍ଟ୍ରି ସର୍ଟସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଥିଲା  । ହଠାତ୍ ଭୟଙ୍କର ପବନ ବହିବାରୁ ନିଆଁ ପ୍ରବଳ ବେଗରେ ଘରକୁ ଘର ମାଡି ଚାଲିଥିଲା  । ଗ୍ରାମବାସୀ ନିଆଁ ଲିଭାଇବାକୁ ଅକ୍ଲାନ୍ତ ପରିଶ୍ରମ କରିଥିଲେ  । ଖବରପାଇ ସତ୍ଯବାଦୀ ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ଦମକଳ ସହିତ ଆଗ୍ନିକଙ୍କ ସହିତ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ   । ହଠାତ୍ ନିଆଁ ଲାଗିଯିବାରୁ ଲୋକମାନେ ନିଜ ଘରୁ କିଛି ଜିନିଷ ପତ୍ର ବାହାର କରି ପାରିନଥିଲେ  । ଘରେ ଥିବା ଧାନ  , ଚାଉଳ  , ମୁଗ  , ବିରି  , ବାସନକୁସନ  , ଲୁଗାପଟା ଆଦି ବହୁତ ଆସବାବପତ୍ର ପୋଡି ଛାରଖାର ହୋଇଯାଇଛି  । ସ୍ଥାନୀୟ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ସାନ୍ତ୍ବନା ଦେଇଥିଲେ  । ଆରଆଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ  । କ୍ରୁଷ୍ଣଚନ୍ଦ୍ର ପ୍ରଧାନ  , ପୂର୍ଣ୍ଣଚନ୍ଦ୍ର ପ୍ରଧାନ  , ଭଗବାନ ପ୍ରଧାନ  , ଇଶ୍ୱର ପ୍ରଧାନ  , ଓକିଲ ପ୍ରଧାନ  , କୁମାରୀ ଜେନା , ଜମ୍ୱେଶ୍ୱର ପ୍ରଧାନ  , ସହଦେବ ପ୍ରଧାନ ଓ ବିଶ୍ୱନାଥ ଜେନାଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ବିପନ୍ନ ମାନେ ସାଧାରଣ ଗରିବ ଲୋକ ହୋଇଥିବାରୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ତୁରନ୍ତ ସାହାଯ୍ୟ ଯୋଗାଇ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ଙ୍କ ସହିତ ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଦାବି କରିଛନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୮/୨୦୨୫----୮,୪୫ Sakhigopal News,1/8/2025

Blog Archive

Popular Posts