Breaking News

ଡେଲାଙ୍ଗର ସାଉରିଆ ପଞ୍ଚାୟତରେ ବିଜେଡିର କର୍ମି ସମ୍ମିଳନୀ ଓ ମିଶ୍ରଣ ପର୍ବ


 ଡେଲାଙ୍ଗ ----- -ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ଗ୍ରାମ ପଞ୍ଚାୟତର ବାରବାଟିରେ ଥିବା ଖରବାରି ପ୍ରାଙ୍ଗଣରେ ବିଜେଡି ଦଳର ଏକ କର୍ମି ସମ୍ମିଳନୀ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବିଧାୟକ ତଥା ଡେଲାଙ୍ଗ ବ୍ଲକ ବିଜେଡି ପର୍ଯ୍ୟବେକ୍ଷକ ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତା କରିଥିଲେ ।   ଏହି ସମ୍ମିଳନିରେ ଶତାଧିକ ଆଗଧାଡିର ବିଜେଡି ଛାମୁଆ କର୍ମି ଯୋଗଦେଇ ଆଗାମୀ ଉପନିର୍ବାଚନରେ ଦଳିୟ ପ୍ରାର୍ଥି ରୁଦ୍ରପ୍ରତାପ ମହାରଥିଙ୍କୁ  ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବାକୁ ସପଥ ନେଇଥିଲେ । ଦିବଙ୍ଗତ ବିଧାୟକ ସ୍ୱଗତଃ ପ୍ରଦୀପ ମହାରଥିଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାପାଇଁ ବିଜେଡି ପ୍ରାର୍ଥି ଶ୍ରୀମହାରଥିଙ୍କୁ ନିର୍ବାଚିତ କରିବାକୁ ବିଧାୟକ ଶ୍ରୀ ସାମନ୍ତରାୟ ଉପସ୍ଥିତ କର୍ମିଙ୍କୁ ନିବେଦନ କରିଥିଲେ । ବିଜେଡି ସରକାରଙ୍କ ତଥା ପିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ  ଜନକଲ୍ୟାଣକାରୀ ଯୋଜନାରେ ପ୍ରତି ପରିବାର ସାମିଲ ହୋଇଥିବା  ସମ୍ପର୍କରେ ଶ୍ରୀ ସାମନ୍ତରାୟ ଆଲୋକପାତ କରିଥିଲେ । । ସାଉରିଆ ପଞ୍ଚାୟତର ୧୧ଟି ୱାର୍ଡକୁ ଦୃଷ୍ଟିରେ ରଖି ପ୍ରତି ଦୁଇ ରୁ ତିନୋଟି ୱାର୍ଡକୁ ନେଇ ଯଥାଶିଘ୍ର ୱାଡସ୍ତରୀୟ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତି ହୋଇଛି । ସେହିପରି ଖୁବଶିଘ୍ର ବୁଥ ଏଜେଣ୍ଟ ମନୋନୀତ କରି ସେମାନଙ୍କୁ ଦୁଇ ଡୋଜ କରୋନା ଟୀକା ଦେବାରେ ବ୍ୟବସ୍ଥା କରିବାକୁ ବିଧାୟକ ଶ୍ରୀ ସମାନ୍ତରାୟ ପରାମର୍ଶ ଦେଇଥିଲେ । । ଏହି ଅବସରରେ କଂଗ୍ରେସ କର୍ମି ବଂଶିଧର ଧାଉଡିଆଙ୍କୁ ବିଧାୟକ ଶ୍ରୀସାମନ୍ତରାୟ ଦଳିୟ ଉତରୀୟ ଓ ଟୋପି ପିନ୍ଧାଇ ବିଜେଡି ଦଳରେ ସାମିଲ କରିଥିଲେ । ଏହି ସମ୍ମିଳନିରେ ନିର୍ବାଚନ ପଞ୍ଚାୟତ ପର୍ଯ୍ୟବେକ୍ଷକ ସୁଶାନ୍ତ ନାୟକ,ମାନସ ମଲ୍ଲିକଙ୍କ ସମେତ ବିଜେଡି ଯୁବନେତା ଚିତ୍ରସେନ ନିସଙ୍କ,ସମିତିସଭ୍ୟ ଦୁଷ୍ମନ୍ତ ପାଟ୍ଟଶାଣୀ,ନୁତନ ପଟ୍ଟନାୟକ,ସାକିର ଖାଁ,ମିର ସଲିମ,ଅଜୟ ମାର୍ଥା,ମହନ୍ତ ନିସଙ୍କ,ଲକ୍ଷ୍ମୀଧର ରାଉତରାୟ,ବେଣୁଧର ଦଳେଇ,ଓକିଲ ଜେନା ,ଜୟନ୍ତ ପାଇକରାୟ,କବୀରାଜ ପରିଡା,ଦେବରାଜ କୋଦମାସିଂହ ଓ ବଳରାମ ଭୁଜବଳ ପ୍ରମୁଖ ଯୋଗଦେଇଥିଲେ ।

=ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୯/୨୦୨୧---୩,୫୫ 

 Sakhigopal News, 19/9/2021

=

Blog Archive

Popular Posts