Breaking News

ଡେଲାଙ୍ଗ ବ୍ଳକରେ ତିନୋଟି ପଞ୍ଚାୟତରେ ବିଜେଡିର ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ

 


ଡେଲାଙ୍ଗ -------- ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳିର ଉପନିର୍ବାଚନ ପାଇଁ ଆଜି ଦ୍ୱିତୀୟ ଦିନରେ ବିଧାୟକ ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥି ଙ୍କ ଡେଲାଙ୍ଗ ବ୍ଲକରେ ଏକ ସଙ୍ଗେ ୩ଟି ପଞ୍ଚାୟତରେ  ନିର୍ବାଚନି ସଭା ଅନୁ୍‌ଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ ବେରବୋଇ ଓ ଖେଲଉର ପଞ୍ଚାୟତରେ ଆଜି ବିଜେଡି ଦଳର ନିର୍ବାଚନ ସଭାରେ ବେରବୋଇ ପଞ୍ଚାୟତରୁ କଂଗ୍ରେସ ଓ ବିଜେପି ଦଳ ଛାଡି ୨୦ଜଣ ଯୁବକ ଓ ମୁରବୀ ମାନେ ବିଜୁ ଜନତା ଦଳରେ  ବିଜେଡି ଦଳର ନେତା ମାନଙ୍କ ଉପସ୍ଥିତିରେ ଦଳୀୟ ଉତ୍ତରୀୟ ପକାଇ ଦଳରେ ସାମିଲ ହୋଇଥିଲେ ।  ପଞ୍ଚାୟର ସଭାପତି ଗୋପାଳ ଚନ୍ଦ୍ର ସ୍ୱାଇଁ  ସଭାରେ ସେମାନଙ୍କ ନାମ ଘୋଷଣା କରିଥିଲେ । ସେହିପରି  ଖେଲଉର ପଞ୍ଚାୟତର ଅନୁ୍‌ଷ୍ଠିତ ନିର୍ବାଚନ ସଭାରେ ଅରିସଲ ପଞ୍ଚାୟତ ପୁର୍ବତନ ସରପଞ୍ଚରଶ୍ମିରଞ୍ଜନ ପ୍ରଧାନ ଓ ବିଜେପି ଯୁବ ସଂଗଠକ ସନ୍ତୋଷ କୁମାର ମହାରଣା,କଂଗ୍ରେସ କର୍ମୀ କୁଷ୍ଣ ଚନ୍ଦ୍ର ପରିଡା ପ୍ରମୁଖମାନେ ବିଜେଡି ଦଳରେ ବିଧିବଧ ଭାବେ ସାମିଲ ହୋଇଥିଲେ । ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା ସେମାନଙ୍କ ନାମ ଘୋଷଣା କରିଥିଲେ । ଏହଭ୍ନିର୍ବାଚନ ସଭାରେ । ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି,ପୁରୀ ସାଂସଦ ପିନାକୀ ମିଶ୍ର,ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି,ବ୍ଲକ ଅଧ୍ୟକ୍ଷ  ପ୍ରସନ୍ନ ସାହୁ,ଜିଲ୍ଲାପରିଷଦ ଦେବାଶିଷ ନନ୍ଦ,ସମିତିସଭ୍ୟ ଅଭିମନ୍ୟୁ ରାଉତ, ଜିଲ୍ଲା ପରିଷଦ ପୁ୍‌ଷ୍ପାଞ୍ଜଳି ସାମଲ, ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ବିଜୟ ରାଉତରାୟ,ଆତ୍ମାର ସଭାପତି ସୁଧାକର ମାର୍ଥ, ମହିଳା ବିଜେଡି ପର୍ଯ୍ୟବେକ୍ଷକ ସଂଦ୍ଧ୍ୟାରାଣୀ ବିଶ୍ୱାଳ,ବ୍ଲକ ମହିଳା ବିଜେଡି ସଭାପତି ବାସନ୍ତି ସାହୁ ଓ ପଞ୍ଚାୟତ ପର୍ଯ୍ୟବେକ୍ଷକଙ୍କ ପ୍ରମୁଖ ଉପସ୍ଥିତି ରହିଥିଲେ ।  ବିଜେଡି ବିଧାୟକ ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥି କର୍ମି ସମ୍ମିଳନୀରେ ନିଜ ସପକ୍ଷରେ  ଶଂଖ ଚିହ୍ନଟରେ ଭୋଟଭିକ୍ଷା କରିଥିଲେ । ଖେଲଉର ବିଜେଡି ସଭାପତି ବାବନ ନାୟକ,ଅରିସଲ ପଞ୍ଚାୟତ ବିଜେଡି ସଭାପତି ବୀପନି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହିତ ଅଞ୍ଚଳର ବିକାଶ ଓ ପ୍ରଗତୀ ବିଜେଡି ସରକାର ହିଁ କରିଛି । ସେଥିପାଇଁ୍ର ରୁଦ୍ର ପ୍ରତାପ ମହାରଥିଙ୍କୁ ଶଂଖ ଚିହ୍ନରେ ଭୋଟ ଦେବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨=୧/୯/୨୦୨୧----୧୦,୩୦   

Sakhigopal News, 21/9/2021

Blog Archive

Popular Posts