ଆମିଷ ବଜାର ପାଇଁ ମୁଖ୍ୟ ରାସ୍ତା ଅବରୋଧ ! ଲୋକଦେଖାଣିଆ ଉଛେଦ ପରେ ପୁଣି ଜବରଦଖଲ
ଜଟଣୀ :-ଜଟଣୀ ମୁଖ୍ୟରାସ୍ତାର ହରିଭାଇନା ଛକରୁ ତାଳଖେତା ଛକ ଜଟଣୀ ଗେଟ ଦେଇ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ବେପାରୀ ଙ୍କ କବଜାରେ l ଏହି ରାସ୍ତାର ଉଭୟ ପାର୍ଶ୍ଵ ସରକାରୀ ଜମିରେ ବେଆଇନ ଭାବେ ଉଠା ଦୋକାନୀ ଗଢିଉଠିବା ଯୋଗୁଁ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି l ବର୍ତ୍ତମାନ ଦେଖିବାକୁ ଗଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ସେଣ୍ଟ ଜାଭିଅର ଇଂରାଜୀ ବିଦ୍ୟାଳୟ ନିକଟରେ ଥିବା ରାସ୍ତା କଡରେ ଗଢି ଉଠିଥିବା ଅସ୍ଥାୟୀ ମାଛ ଦୋକାନରେ ସପ୍ତାହର ବୁଧବାର, ଶୁକ୍ରବାର ଏବଂ ରବିବାର ଏହି ତିନିଦିନ ଆମିଷ ବାରରେ ମାଛ ଦୋକାନରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳେ l ରାସ୍ତା କଡରେ ଦୋକାନ ହେତୁ ଗ୍ରାହକ ମାନେ ରାସ୍ତା ଉପରେ ଗାଡି ରଖିବା ଫଳରେ ମୁଖ୍ୟ ରାସ୍ତାଟି ଜାମ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରେ l ନିକଟରେ ସରକାରଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାହା ଫଳରେ ରୋଗୀଙ୍କ ଯିବାଆସିବା ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ l ସମୟ ସମୟରେ ଆମ୍ବୁଲାନ୍ସ ଯିବାଆସିବାରେ ମଧ୍ୟ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ l ଆମିଷ ଦୁର୍ଗନ୍ଧରେ ପରିବେଶ ଦୂଷିତ ହୋଉଥାଏ l ଏହି ବାବଦରେ ବିଦ୍ୟାଳୟ କତୃପକ୍ଷ ଅନେକ ଥର ପୌରପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୌରପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ l ସବୁ ଜାଣି ପୌରପ୍ରଶାସନ ନିରବ କାହିଁକି l କିଛିଦିନ ତଳେ ପୌରପାଳିକା ପକ୍ଷରୁ ଲୋକଦେଖାଣିଆ ଭାବେ ଚଢ଼ାଉ କରାଯାଇ ଆମିଷ ବେପାରୀ ମାନଙ୍କୁ ଏହିଠାରୁ ତଡା ଯାଇଥିଲେହେଁ ଗୋଟେ ସପ୍ତାହ ପରେ ପୁନର୍ବାର ସେହି ସ୍ଥାନରେ ଡ୍ରେନ ଉପରେ ଆମିଷ ବେପାର ପଛରେ କାହାର ଇଙ୍ଗିତ ରହିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଅନ୍ୟାନ୍ତରେ ପରୋକ୍ଷରେ ରାସ୍ତା ଅବରୋଧ ପାଇଁ ଟଙ୍କା ଖାଇ ସାହାଯ୍ୟ କରୁଛି କି ପୌରପ୍ରଶାସନ ତାହା ସାଧାରଣରେ ଚର୍ଚ୍ଚା ହେଉଛି l କାହା ସ୍ୱାର୍ଥରେ ପୌରପ୍ରଶାସନ ଜନସାଧାରଣଙ୍କ ହିତରେ ନା ଜମି ମାଫିଆ,ପ୍ରଭାବଶାଳୀ ବ୍ୟକ୍ତି ନା ଦୁର୍ନୀତିଖୋର ନେତାଙ୍କ ସାହାଯ୍ୟରେ l ଏଠି କହିବା କାହାକୁ ଶୁଣିବ କିଏ ? । ରାସ୍ତା କଡ଼ରୁ ବେଆଇନ ଦୋକାନ ଗୁଡିକୁ ଉଚ୍ଛେଦ କରାନଯାଏ ତେବେ ଆଗକୁ ଏହା ଅଧିକ ଜଟିଳ ସମସ୍ୟା ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୮/୨୦୨୫---୮,୧୦ Sakhigopal News,1/8/2025
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୮/୨୦୨୫---୮,୧୦ Sakhigopal News,1/8/2025