ଶେଷ ହେଲା ସର୍ବଭାରତୀୟ ମାନ୍ୟତା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା
ଜଟଣୀ ---ଆଜି ରାଜ୍ୟ ବ୍ୟାଡ଼ମିଣ୍ଟନ ଆସୋସିଏସନ ତରଫରୁ ୧୯ ବର୍ଷରୁକମ ବାଳକ ଓ ବାଳିକା ମାନଙ୍କର ସର୍ବ ଭାରତୀୟ ସ୍ତରର ଖେଳ ମାନ୍ୟତା ପାଇଁ ଖୋର୍ଦ୍ଧା ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଶ୍ରୟ ଇଣ୍ଡୋର ହଲ ଜଟଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଜି ସେମିଫାଇନାଲ ଏବଂ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଆଜିର
ଏହି ପ୍ରତିଯୋଗିତାରେ ବାଳକ ଏବଂ ବାଳିକା ମାନଙ୍କର ୫ ଟିବିଭାଗର ପ୍ରତିଯୋଗିତା ହୋଇଥିଲା ।
ଆଜିର ଫାଇନାଲ ପ୍ରତିଯୋଗିତାରେ ବାଳିକା ସିଙ୍ଗଲରେ ଶୁତି ସ୍ୱାଇଁ କଟକ ଏବଂ ବିଶାଖା ଟପ୍ପୋ ସୁନ୍ଦରଗଡ଼ ଫାଇନାଲ ଖେଳିବା ପାଇଁ ମନୋନୀତ ହୋଇଥିଲେ । ବାଳକ ସିଙ୍ଗଲ ରେ ତୋଷିଫ ଖାନ ସମ୍ବଲପୁର ଏବଂ ଅଭିଜିତ ମହାରଣା ଭୁବନେଶ୍ୱର ମଧ୍ୟରେ ଫାଇନାଲ ପ୍ରତିଯୋଗିତା ହୋଇଥିଲା । ବାଳକ ଡବଲସରେ ଆୟୁଷ ପଟନାୟକ, ଆୟୁର୍ ଦାସ ଏବଂ ଅଭିଜିତ ମହାରଣା,ଅମୃତ ମହାନ୍ତିଙ୍କ ମଧ୍ୟରେ
ପ୍ରତିଯୋଗିତା ହାଇଥିଲା।
ବାଳିକା ଡବଲସ ରେ ହର୍ଷିତା ରାଉତ ,ଶୁତିସ୍ୱାଇଁଏବଂ ଅନୁଯା ଦାସମହାପାତ୍ର ,ଶ୍ରେୟା ବିଶ୍ୱାଳ ଙ୍କ ମଧ୍ୟରେ ଖେଳା ଯାଇଥିଲା । ମିକ୍ସ ଡବଲସ ରେ ଆୟୁଷ ପଟନାୟକ, ଶ୍ରେୟା ବିଶ୍ୱାଳ ଏବଂ ଅମୃତ ମହାନ୍ତି, ଶ୍ରୁତି ସ୍ୱାଇଁଙ୍କ ମଧ୍ୟରେ ଆଜିର ନିର୍ଣ୍ଷାୟକ

ପ୍ରତିଯୋଗିତା ହୋଇଥିଲା । ପ୍ରଥମ ଫାଇନାଲ ବାଳିକା ସିଙ୍ଗଲ ପ୍ରତିଯୋଗିତାରେ ଶୁତି ସ୍ୱାଇଁ କଟକ 21-11 ଏବଂ 21-09 ସେଟରେ ବିଜୟୀ ହୋଇଛନ୍ତି ।
ବାଳକ ସିଙ୍ଗଲ ର ଏକ ସଂଘର୍ଷ ପୂର୍ଣ୍ଣ ମ୍ଯାଚ ରେ ତୋଷିଫ ଖାନ ସମ୍ବଲପୁର 21-13 ଏବଂ 21-12 ସେଟ ରେ ବିଜୟୀ ହୋଇଥିଲେ । ମିକ୍ସ ଡବଲ ପ୍ରତିଯୋଗିତାରେ ଆୟୁଷ ପଟ୍ଟନାୟକ, ଶ୍ରେୟା ବିଶ୍ୱାଳ 18-21, 21-15 ଏବଂ 21-14 ସେଟରେ ବିଜୟୀ ହୋଇଥିଲେ । ବାଳିକା ଡବଲସ ପ୍ରତିଯୋଗିତାରେ ଶୁତିସ୍ୱାଇଁ, ହର୍ଷିତା ରାଉତ 21-17 ଏବଂ 21-15 ସେଟରେ ବିଜୟୀ ହୋଇଥିଲେ । ଆଜିର ଏହିନିର୍ଣ୍ଷାୟକ ମ୍ୟାଚ ର ଅନ୍ତିମ ପ୍ରତିଯୋଗିତାରେ ବାଳକ ଡବଲ ସ ସର ଆୟୁଷ ପଟ୍ଟନାୟକ ଏବଂ ଆୟୁଷ ଦାସ 21-9 ଏବଂ 21-12 ସେଟରେ ବିଜୟୀ ହୋଇଥିଲେ । ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ରୂପେ ଶ୍ରୀ ରୋହିତ ପୂଜାରୀ ସଭାପତି ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍ ଏବଂ ରାହୁଲ
ରାୟ ବରିଷ୍ଠ ପରିଚାଳନା ପ୍ରବନ୍ଧକ IOCL ଜଟଣୀ ଯୋଗ ଦେଇଥିଲେ ।
ମ୍ୟାଚ ରେଫରୀ ଭାବେ ଶ୍ରୀମତୀ ରିତା ଦାଶ, ରେଫରୀ ସରୋଜ ଦାଶ ଏବଂ ଅନ୍ୟ ଅଧିକାରୀ ମାନଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା । ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କାର ରାଶି ଏବଂ ଶିଲଡ଼ ଦେଇ ସମ୍ମାନିତ କରାଯାଇଥଲା । ଏହି ପ୍ରତିଯୋଗିତାକୁ ଆଶ୍ରୟର ସଭ୍ୟ ଶିବବ୍ରତ ପଟନାୟକ, ବସନ୍ତ କୁମାର ବେହେରା, ଖୋର୍ଦ୍ଧା ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନର ଯୁଗ୍ମ ସମ୍ପାଦକ ଅଜିତ କୁମାର ମହାନ୍ତି, ସୋଭାଗ୍ୟ ଜଗଦେବ, ପ୍ରଶାନ୍ତ ବେହେରା, କେ. ଆପ୍ପାରାଓ ଏବଂ ଅବଦୁଲ ହାକିମ ପ୍ରମୁଖ ସହାୟତା କରିଥିଲେ ।

ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୯/୨୦୨୧ ,୭,୩୦
Sakhigopal News, 26/9/2021