Breaking News

ରାତି ଅଧରେ , ଧାନ କ୍ଷେତରେ ଗୁଳି ଫୁଟିଲା , ସହଯୋଗୀ ର ବନ୍ଧୁକ ଗୁଳି ରେ ସହଯୋଗୀ ଆହତ

 
ଭଞ୍ଜନଗର- ବନ୍ଧୁକରୁ ଗୁଳି ଫୁଟି ସହଯୋଗୀ ଆହତ । ଭଞ୍ଜନଗର ଥାନା ଅନ୍ତର୍ଗତ କୁଟଣୀକୁମ୍ପା ଗାଁ ନିକଟ ରେ ଘଟିଛି ଏଭଳି ଘଟଣା । ଆହତ ଜଣକ ହେଲେ ସେହି ଗ୍ରାମର  ଶିବରାମ ନାୟକ । ସୂଚନା ପ୍ରକାରେ ଜଣେ ସହଯୋଗୀ ଙ୍କ ସହ ଗତ ରାତି ପ୍ରାୟ ୩ ଟା ସମୟରେ ,  ଧାନ କ୍ଷେତକୁ ବରହା୍ ଘଉଡ଼ାଇବାକୁ ଯାଇଥିବା ବେଳେ  ଏଭଳି ଘଟଣା ଘଟିଥିବା ନେଇ  ପରିବାର ଲୋକେ କହିଛନ୍ତି । ଶିବରାମକୁ ଗୁରୁତର ଅବସ୍ଥାରେ  ଭଞ୍ଜନଗର ମେଡିକାଲ ରେ ଭତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା କରାଯିବା ପରେ ଶିବରାମର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ , ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସଂକ୍ରାନ୍ତରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିବା ଜଣାପଡିଛି । ସହଯୋଗୀ ଜଣକ ଫେରାର ଥିବା ଜଣାପଡିଛି ।  ଗୁଳି ଫୁଟାଇ ଥିବା ସହଯୋଗୀ ର ଜଣେ ସଂପର୍କୀୟ ଙ୍କୁ ଅଟକ ରଖି ପୋଲିସ  ପଚରାଉଚରା କରୁଥିବା ଜଣାପଡିଛି । ଆହତ ଙ୍କ ଦେହରେ ଦୁଇଟି ଗୁଳି ବାଜିଥିବା କୁହାଯାଇଛି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ବନ୍ଧୁକ ରୁ ଗୁଳି ଫୁଟିଲା ଏହା ପଛର ପ୍ରକୃତ କାରଣ କ'ଣ , ତାହା ଫେରାର ଥିବା ସହଯୋଗୀ କୁ ପୋଲିସ  ଧରିବା ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସାଧାରଣ ରେ କୁହାଯାଉଛି । ଏ ସଂକ୍ରାନ୍ତରେ ଥାନାରେ କୈାଣସି ଲିଖିତ ଅଭିଯୋଗ ହୋଇନଥିବା  ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର କହିଛନ୍ତି । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୯/୨୦୨୧---୧୧,୪୦ 
 Sakhigopal News,21/9/2021

Blog Archive

Popular Posts