Breaking News

ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ପାଇଁ ସହାୟକ ଉପକରଣ ଚିହ୍ନଟ ଶିବିର


ଭଞ୍ଜନଗର---- ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ଗଞ୍ଜାମ ଏବଂ ଭୁବନେଶ୍ୱର ସ୍ଥିତ  ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମର ମିଳିତ ସହାୟତାରେ ଭଞ୍ଜନଗର ବ୍ଳକ୍ ଏବଂ ସୋରଡ଼ା ବ୍ଳକ୍ ର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ସହାୟକ ଉପକରଣ ଚିହ୍ନଟ ଶିବିର ଆୟୋଜିତ ହୋଇଯାଇଛି  । ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ ଏହି ଶିବିରକୁ ଉଦ୍‌ଘାଟନ କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟ ନାୟକ ଉପସ୍ଥିତ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ଶଲ୍ୟ ବିଭାଗ ବିଶେଷଜ୍ଞ ଡାକ୍ତର ନିବେଦିତା ପୃଷ୍ଟି, ଡ଼ାକ୍ତର ସୋନାଲି  ମିଶ୍ର, ଡ଼ାକ୍ତର ସୌମ୍ୟରଞ୍ଜନ ପତି, ଶ୍ରବଣ ଏବଂ ନାସା ନିରୀକ୍ଷକ କୋଶଲେଶ୍ ସାହୁ ସୋରଡ଼ା ଏବଂ ଭଞ୍ଜନଗରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୮୯ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରି ସେମାନଙ୍କୁ ଆବଶ୍ୟକ ଉପକରଣ ପାଇଁ ତାଲିକା ପ୍ରସ୍ତୁତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବ୍ଳକ୍ ର ସମସ୍ତ ସିଆରସିସି ଏବଂ ଅର୍ନ୍ତନିବେଶୀ ବିଭାଗ କର୍ମଚାରୀମାନେ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୯/୨୦୨୧----୮,୫୦ 
Sakhigopal News, 29/9/2021

Blog Archive

Popular Posts