୮ ଫୁଟ ଲମ୍ବର ବୋଡାସାପ ଉଧାର
ଭଞ୍ଜନଗର--- ଘରପଛ ପାଖ ଏକ କୁକୁଡାବସା ରୁ ପ୍ରାୟ ୮ ଫୁଟ ଲମ୍ବର ବୋଡାସାପ ଉଧାର ହୋଇଛି । ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଗାଁ ର ନୂଆଁସାହି ନିକଟରୁ ସାପଟିକୁ ଉଧାର ହୋଇଛି । ଜଣେ ପରିବାର ର ଘରପଛ ପାଖରେ ଥିବା ଏକ କୁକୁଡାବସା କୁ ସାପ ଟି ଯାଉଥିବା ବେଳେ ନଜରକୁ ଆସିଥିଲା । ସ୍ଥାନୀୟ କିଛି ଯୁବକ ସାପଟିକୁ ଉଧାର କରି ବନବିଭାଗ ର ପରାମର୍ଶ କ୍ରମେ ନିକଟସ୍ଥ କଣ୍ଟେଇପଲ୍ଲୀ ଜଙ୍ଗଲରେ ଛାଡି ଦେଇଥିଲେ । ଉଧାର ସାପ ଟି ପ୍ରାୟ ୨୦ ରୁ ୨୫ କିଲୋ ଓଜନର ହେବବୋଲି ଅନୁମାନ କରାଯାଉଛି । ନିକଟସ୍ଥ କାଳିଆମ୍ବା ନାଳ କିମ୍ବା କୌଣସି ଜଙ୍ଗଲିଆ ସ୍ଥାନରୁ ସାପଟି ଆସିଥିବା କୁହାଯାଉଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୯/୨୦୨୧---୧୧,୪୫
Sakhigopal News 21/9/2021