Breaking News

ଜଙ୍ଗଲରୁ “ମାଧବୀ ଚେର” ଚୋରା ଚାଲାଣ ବେଳେ , ବନବିଭାଗ ର ଚଢ଼ାଉ ; ୨ ଗିରଫ , ଗାଡ଼ି ଜବତ



  ଭଞ୍ଜନଗର ----- ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ  ଜଗନ୍ନାଥପ୍ରସାଦ ବନାଞ୍ଚଳ ର ବନକର୍ମଚାରୀ ଙ୍କ ପକ୍ଷରୁ ଚଢାଉ ହୋଇଥିଲା । ଜଗନ୍ନାଥପ୍ରସାଦ ନିକଟସ୍ଥ ବିଭିନ୍ନ ଜଙ୍ଗଲରୁ ଏଭଳି ଔଷଧୀୟ ଚେର “ମାଧବୀ ଚେର” କୁ ସଂଗ୍ରହ କରି  ଦଲାଲ ମାନେ  ଏକ ଟାଟା ମେଜିକ୍ ଗାଡ଼ି ରେ  ଚାଲାଣ କରୁଥିବା ଖବରପାଇ ଅଳସୁ ଓ କମସରଗଡ ଗାଁ ନିକଟରେ ବନକର୍ମଚାରୀ ମାନେ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ଟାଟା ମେଜିକ୍ ଗାଡ଼ି ସହ ୮ ଟି ବସ୍ତାରେ ଭର୍ତ୍ତି ହୋଇଥିବା ପ୍ରାୟ ୩୨୦ କେଜି ମାଧବୀ ଚେର , ଜବତ ହୋଇଥିଲା । ଏଥିରେ ସଂପୃକ୍ତ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ କୁ ଚାଲାଣ କରିଛି ବନବିଭାଗ । ଗଂଜାମ ରୁ ନୟାଗଡ଼ ଜିଲ୍ଲା କୁ ଏସବୁ ଚାଲାଣ ହେଉଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ ଦେଇଥିବା ସୂଚନା ପ୍ରକାରେ , ଏକ ଟାଟା ମେଜିକ୍ ଓଡି -୦୨ ବିଏଲ୍ ୭୩୩୫ ଗାଡ଼ିରେ  ୮ ଟି ବସ୍ତାରେ , ପ୍ରାୟ ୩୨୦ କେଜି ମାଧବୀ ଚେର , ବିଭିନ୍ନ ଜଙ୍ଗଲ ରୁ ସଂଗ୍ରହ କରି ଚାଲାଣ ହେଉଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ଼ ଜିଲ୍ଲାର ଶରଣକୁଳ ଥାନା ଅନ୍ତର୍ଗତ ,  ଗାଡ଼ି ଡ୍ରାଇଭର ଅଜୟ ମହାନ୍ତି ଓ  ଗୁଡିପଡା ଗ୍ରାମର  ଦାସରଥି ସାହୁ । ଏହି ଚଢାଉ ରେ  ବନ କ୍ଷେତ୍ରପାଳ - ଉମାକାନ୍ତ ଦାସ , ବନ୍ୟାଳ - ଗଣେଶ , ରାଜେନ୍ଦ୍ର ନାରାୟଣ ଦଳାଇ , ବନରକ୍ଷୀ -  ସୀତା ପ୍ରଧାନ ,  ସ୍କ୍ୱାର୍ଡ କର୍ମଚାରୀ -  କୃଷ୍ଣ ନାୟକ ,  ଭୁବନେଶ୍ୱର ସେଠୀ , ଓ ଦୀପକ ଜେନା ପ୍ରମୁଖ ସାମିଲ ହୋଇଥିଲେ । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୯/୨୦୨୧--୧୧,୨୦
 Sakhigopal News,24/9/2021

Blog Archive

Popular Posts