>>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • ବଳରାମ ଙ୍କର ଚିକିତ୍ସାରେ ବାଧକ ସାଜିଛି ଅର୍ଥ


    ଭଞ୍ଜନଗର---ବାପା ଜେଲରେ ମା ଆରପାରିରେ ପିଲାଟି ଦିନରୁ ଦୁଖଃ ପାଉଥିବା ବଳରାମ ଏବେ ରୋଗାଗ୍ରସ୍ତ ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି । ଚିକିତ୍ସା ରେ ବାଧକ ସାଜିଛି ଏବେ ଅର୍ଥ । କେହି ବାଦ୍ଯନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ର ସହଯୋଗ କଲେ ବଳରାମ ସୁସ୍ଥ ହୋଇପାରିବ ବୋଲି ତାଙ୍କ ଆଇ ନିବେଦନ କରିଛନ୍ତି ।
    ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଚାରିକୋଣିଆ ଗ୍ରାମର ବଳରାମ ସାହୁ ଓ ଭଉଣୀ ପାର୍ବତୀ ସାହୁ ପିଲାଟିବେଳୁ ମା ଛେମୁଣ୍ଡ ହୋଇଗଲେ । କାରଣ ବାପା ଜେଲରେ ଆଜୀବନ ସଜା କାଟୁଥିବାବେଳେ ପିଲାଟିବେଳୁ ମା ଚାଲିଗଲା ଆରପାରିକୁ । ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଇ କୋଳେଇ ନେଲେ ନାତିନାତୁଣୀକୁ । ଛୋଟ ପିଲା ଦୁଇଟିକୁ ଆଇ ନେଇ ଆସିଲେ ନିଜ ଗ୍ରାମ ଭଞ୍ଜନଗର ବ୍ଲକ ଗାମୁଣ୍ଡି ଗ୍ରାମକୁ । ସମୟ ବଢିବା ସାଙ୍ଗକୁ ପିଲାମାନଙ୍କ ବୟସ ବଢିଲା । ନାତି ଭଞ୍ଜନଗର ପରିବା ଦୋକାନ ରେ କାମକରି ମାସକୁ ତିନିହଜାର ଆଣୁଥିବାବେଳେ ଆଇ ଧାର କରଜ କରି ନାତୁଣୀ ର ବାହାଘର ବଡ଼କୋଦଣ୍ଡା ଗ୍ରାମରେ କରାଇଦେଲେ । ନାତୁଣୀର ବାହାଘର ସରୁସରୁ ନାତି ବଳରାମ ର ଦେହ ଖରାପ ହୋଇଗଲା ତାକୁ ପ୍ରଥମେ ଭଞ୍ଜନଗର ମେଡିକାଲ ରେ ଦେଖାଇଲେ । ପେଟରେ ଷ୍ଟୋନ ହୋଇଯାଇଛି ବୋଲି ଜାଣିବା ପରେ ମେଡ଼ିସିନ ଖାଇଲେ କିନ୍ତୁ ମେଡ଼ିସିନ ଖାଇ ଖାଇ ଗୋଡ ଅଚଳ ହୋଇଗଲା ତାପରେ ବ୍ରହ୍ମପୁର ମେଡିକାଲ ରେ ଚିକିତ୍ସା କରାଇଲେ ସେଠାରୁ ପୁଣି ଅଧିକ ଚିକିତ୍ସା ନିମନ୍ତେ ଡାକ୍ତର କଟକ ମେଡିକାଲ କୁ ରେଫେର କରିଦେଲେ । କଟକ ରେ କିଛିଦିନ ଚିକିତ୍ସା ପରେ ଡାକ୍ତର ଅପରେସନ କରିବାକୁ ପରାମର୍ଶ ଦେଲେ । କହିଲେ ଅପରେସନ ପରେ ପିଲା ଠିକ ହୋଇଯିବ କିନ୍ତୁ ପାଖରେ ଟଙ୍କା ନଥିବାରୁ ଘରକୁ ନେଇ ଆସିଲେ । ବଳରାମ ର ସ୍ୱାସ୍ଥ୍ୟ ବିଷୟରେ ଆଇ ମାୟା ପ୍ରଧାନ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ରେଡ଼କ୍ରସ ରୁ ଦଶ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି । ଚିକିତ୍ସାରେ ପ୍ରଶାସନ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିବାବେଳେ ଆଜି ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ (ଗଞ୍ଜାମ) ଚଢ଼େୟାପଲି ତରଫରୁ କିଛି ବିଦ୍ୱାନ ବ୍ୟକ୍ତି ମାନଙ୍କ ସାହାଯ୍ୟ କ୍ରମେ ସଂଗଠନ ର ତିନିଜଣ ସଦସ୍ୟ ଭାଇ ଆଲୋକ ପଟନାୟକ, ବିଦେଶୀ ପ୍ରଧାନ, ସଞ୍ଜୟ ପ୍ରଧାନ ଆସି ଆଠ ହଜାର ଟଙ୍କା ପ୍ରଦାନ କରିଛନ୍ତି ।
     ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୯/୨୦୨୧--- ୪,୪୫ Sakhigopal News,22/9/2021

    Blog Archive

    Popular Posts