ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ କର୍ମଚାରୀ ଇନଷ୍ଟିଚ୍ୟୁରେ ଭୋଟରେ ବିପୁଳ ବିଜୟ*
ଜଟଣୀ ----- ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ଼ ମଣ୍ଡଳ ଅନ୍ତର୍ଗତ ମଞ୍ଚେଶ୍ୱର୍ ଇନଷ୍ଟିଚ୍ୟୁରେ ଶ୍ରମିକ କଂଗ୍ରେସର ବିପୁଳ ବିଜୟ ହୋଇଛି ।ଖବର ନେବାରେ ଜଣାପଡିଛି ଗତକାଲି ମଞ୍ଚେଶ୍ୱର ରେଇନଷ୍ଟିଚ୍ୟୁରେ ଡେଲିଗେଟ ମାନଙ୍କ ପାଇଁ ଭୋଟ ଗ୍ରହଣ କରାଯାଇଥିଲା । ସମୁଦାୟ ୧୧ ଟି ଆସନ ପାଇଁ ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ପାର୍ଥିପତ୍ର ଦାଖଲ କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ଭୋଟ ଗ୍ରହଣ ଶେଷ ହେବାପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗଣତି ଚାଲିଥିଲା । ଶେଷରେ ମୁଖ୍ୟ ନିର୍ବାଚନ ଅଧିକାରୀ ମଞ୍ଚେଶ୍ୱେର ୱାଗନ ଅଧିକାରୀ ଫଳାଫଳ ଘୋଷଣା କରିଥିଲେ। ୧୧ ଟି ଆସନରୁ ୧୦ ଟି ଆସନରେ ଶ୍ରମିକ କଂଗ୍ରେସ ପାର୍ଥିମାନେ ବିଜୟ ଲାଭ କରିଥିବା ବେଳେ ମାତ୍ର ଗୋଟିକରେ ଶ୍ରମିକ ୟୁନିଅନର ପାର୍ଥି ବିଜୟଲାଭ କରିଥିଲେ। ଶ୍ରମିକ କଂଗ୍ରେସର ବିଜୟୀ ପାର୍ଥି ହେଲେ ଅଜୟ କୁମାର ମଲ୍ଲିକ, ଦେବେନ୍ଦ୍ର କୁମାର ସାହୁ, ପ୍ରଦୀପ ଲେଙ୍କା, ଧନେଶ୍ଵର ଜେନା, ଦୀପକ କୁମାର ସେଠୀ, କମଲେଶ କୁମାର, ବି ଭାସ୍କର ରାଓ,ମନୋରଞ୍ଜନ ରଣା, କାହ୍ନୁଚରଣ ଓଝା, ନାରାୟଣ ପ୍ରସାଦ ଦାସ ବିଜୟୀ ହୋଇଥିବା ବେଳେ ଶ୍ରମିକ ଇଉନିଅନ ତରଫରୁ ଏକ ମାତ୍ର ପାର୍ଥି ଗୋପୀନାଥ ମଲିକ ବିଜୟୀ ହୋଇଥିଲେ। ଶ୍ରମିକ କଂଗ୍ରେସର ବିପୁଳ ବିଜୟ ପାଇଁ ସମସ୍ତ ଶ୍ରେୟ ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଏବଂ ମଣ୍ଡଳ ସଂଯୋଜକ ଶ୍ରୀ ପ୍ରମୋଦ କୁମାର ସାହାଣୀଙ୍କର ବୋଲି ମଞ୍ଚେଶ୍ଵର୍ ଶାଖା ସଂପାଦକ କ୍ଷୀରୋଦ କୁମାର ସେନାପତି ମତ ପ୍ରକାଶ କରିଥିଲେ। ଆଜି ମଣ୍ଡଳ ସଂଯୋଜକ ଶ୍ରୀ ପ୍ରମୋଦ କୁମାର ସାହାଣୀଙ୍କ ନେତୃତ୍ୱରେ, ସହ ସାଧାରଣ ସମ୍ପାଦକ ଶ୍ରୀ ସୁବ୍ରତ ପଣ୍ଡା, ସହ ସଂଯୋଜକ ସୁନିଲ କୁମାର ଭଞ୍ଜ , ଶାଖା ସଂପାଦକ ଏଲ ଡି ମହାନ୍ତି, ପ୍ରଫୁଲ୍ଲ ବେହେରା, ଏ ଶ୍ରୀନିବାସ ଓ ବହୁ କର୍ମକର୍ତ୍ତା ଖୋର୍ଦ୍ଧାରୋଡ଼ ଷ୍ଟେସନ, ସୀତାରାମ ଛକ, ଷ୍ଟେସନ ଛକ ନିକଟରେ ବାଣ ଫୁଟାଇ ବିଭିନ୍ନ ସ୍ଲୋଗାନ ଦେଇ ଉତ୍ସବ ପାଳନ କରିଥିବାର ଦେଖାଯାଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୯/୨୦୨୧--- ୬,୪୦
Sakhigopal News,26/9/2021