ଜଟଣୀର ବିଭିନ୍ନ କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ
ଜଟଣୀ - ଜଟଣୀ ଏକ ବ୍ୟବସାୟିକ ସହର । ବିଶେଷ କରି ଏଠାରେ ଅବସ୍ଥିତ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପାଇଁ ଜଟଣୀ ପରିଚିତ । ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଅଧୀନରେ ଥିବା ଏସ. ଏନ. ଟି ତଥା ଟେଲିଫୋନ ବିଭାଗ, ସିଗ୍ନାଲ ବିଭାଗ, ଇଲେକ୍ଟ୍ରିକାଲ, ଆଇ. ଓ. ଡବ୍ଲୁ ଜଳ ବିଭାଗ, ବ୍ରିଜ ଦକ୍ଷିଣ ଏବଂ ଉତ୍ତର ବିଭାଗ, ଆର. ଆର. ଡି, ଟି. ଆର. ଡି, ସି. ଏନ. ଡବ୍ଲୁ. ପ୍ରଭୁତି ବିଭାଗରେ ଚଳିତ ବର୍ଷ ସରକାରଙ୍କ କରୋନା କଟକଣା ମଧ୍ୟରେ ନିରାଡ଼ମ୍ବର ରୂପେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ପୌରାଣିକ ବର୍ଣ୍ଣନାରୁ ଜଣାଯାଏ ଯେ ଦେବ ଶିଳ୍ପୀ ବିଶ୍ୱକର୍ମା ପୂଜା ଆଶ୍ୱିନ ସଂକ୍ରାନ୍ତି ଵା କନ୍ୟା ସଂକ୍ରାନ୍ତି ଦିନ ପାଳନ କରାଯାଇଥାଏ । ବିଶ୍ୱକର୍ମା ହେଉଛନ୍ତି ସ୍ୱୟଂ ବିଶ୍ଵନିୟନ୍ତା ନାରାୟଣ ଓ ସ୍ୱର୍ଗର ଶ୍ରେଷ୍ଠ ଶିଳ୍ପୀ । ତେଣୁ ଏହି ପୂଜା ବିଶେଷ କରି କମାର, ବଢ଼େଇ, ମେକାନିକ ତଥା ଶିଳ୍ପୀ ମାନେ ନିଜ ନିଜର ଯାନ୍ତ୍ରିକ ଉପକରଣକୁ ପୂଜା କରନ୍ତି । ତେବେ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ମାନଙ୍କରେ ଏହି ପୂଜା ନିରାଡମ୍ବରରେ ପାଳିତ ହୋଇଯାଇଛି । ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ କଟକଣା ପୂଜାକୁ ଫିକା ପକାଇଦେଇଛି । ଚଳିତ ବର୍ଷ ମଧ୍ୟ ଜଟଣୀର ଇଲେକ୍ଟ୍ରିକାଲ, ପି. ହେଚ. ଡି.ବିଭାଗ, ହେଚ. ପି. ଡିପୋ, ଅଟୋ ଚାଳକ ସଂଘ,ତଥା କେତକ ଶିକ୍ଷାନୁଷ୍ଠାନ ମାନଙ୍କରେ ସରକାରଙ୍କ କଟକଣା ମଧ୍ୟରେ ପୂଜା ପାଳିତ ହୋଇଅଛି । କରୋନା ମହାମାରୀ ଜନସାଧାରଣଙ୍କୁ ଦୁଃଖ ଦେଇଛି ଏହାକୁ ନଜର କରି ନିରାଡମ୍ବରରେ ପୂଜା ଅନୁଷ୍ଠିତ ହୋଇଯାଇଛି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୯/୨୦୨୧---୧୧,୨୦
Sakhigopal News,17/9/2021