Breaking News

ସମ୍ଭାବ୍ୟ ବାତ୍ୟା "ଗୁଲାବ" ନିମନ୍ତେ ଉପଜିଲ୍ଲାପାଳ ଙ୍କ ପ୍ରେସ ମିଟ ; ସମସ୍ତଙ୍କୁ ସତର୍କ ରହିବାକୁ ଅନୁରୋଧ..



ଭଞ୍ଜନଗର.-----. କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପର ପ୍ରଭାବରେ ଘୁର୍ଣ୍ଣିବଳୟ ସୃଷ୍ଟି ହେଇ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବାତ୍ୟା ରୂପ ନେବେ ସମ୍ଭାବନା  ରହିଛି । ଏଥିନିମନ୍ତେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ପଵନର ବେଗ ଘଣ୍ଟା ପ୍ରତି ୭୦ ରୁ ୯୦ ରହିବାର ସମ୍ଭାବନା ଥିବାରୁ ଗଞ୍ଜାମ ଜିଲ୍ଲାକୁ ରେଡ ୱାର୍ଣ୍ଣି ଜାରି କରାଯାଇଛି । ଆଗାମୀ ୨୬ ଏବଂ ୨୭ ତାରିଖରେ  ସମ୍ଭାବ୍ୟ ବାତ୍ୟା  ଗୁଲାବ ର  ପ୍ରଭାଵ  ରହିବ ବୋଲି ପୂର୍ବାନୁମାନ କରାଯାଇଛି । ବାତ୍ୟା କୁ ଦୁଷ୍ଟିରେ ରଖି  ସମସ୍ତ ସରକାରୀ କର୍ମଚାରୀଙ୍କ ଆଗାମୀ ୪/୫ ଦିନ ପର୍ଯ୍ୟନ୍ତ  ନିଜ ନିଜର ସଦର ମହକୁମା ନ ଛାଡିବା ନିମନ୍ତେ କଡା ନିର୍ଦ୍ଧେଶ ରହିଛି।  ସମସ୍ତ ବ୍ଲକ, ତହସିଲ  ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି।  ସମସ୍ତ ବିଭାଗ  ବାତ୍ୟା କୁ ସାମ୍ନା କରିବା ନିମନ୍ତେ ସମ୍ପୂର୍ଣ୍ଣ ସଜାଗ ରହିବାକୁ  ଉପଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।
 ସମ୍ଭବତ  ଆସିକା, ସୋରଡ଼ା ଏବଂ ଧରାକୋଟ ର ତଳିଆ ଅଞ୍ଚଳ ରେ ବନ୍ୟା ର ପ୍ରଭାବ ଅଧିକ ରହୁଥିବା ରୁ ପ୍ରଶାସନ ତରଫରୁ ମାଇକ ଯୋଗେ ସତର୍କ  କରାଯାଉଛି ।ସମ୍ଭାବ୍ୟ ବାତ୍ୟାକୁ ନଜର  ରେ ରଖି  ତଳିଆ ଅଞ୍ଚଳରେ ରହୁଥିବା  ଜନସାଧାରଣଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳ କୁ ନେବା ନିମନ୍ତେ ପ୍ରସ୍ତୁତ ରହିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ଏହା ଛଡା ଜନସାଧାରଣ ନିମନ୍ତେ ଶୁଖିଲା ଖାଦ୍ୟ, ରନ୍ଧା  ଖାଦ୍ୟ, ପାନୀୟ ଜଳ ଇତ୍ୟାଦି ମହଜୁଦ ରଖିବାକୁ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳ କହିଛନ୍ତି । ଏହାଛଡା ଗର୍ଭବତୀ ମହିଳାଙ୍କୁ  ବିଶେଷ ଦୁଷ୍ଟି ଦିଆଯାଇଛି । ସେମାନଙ୍କୁ ମେଡିକାଲ କୁ ସ୍ଥାନାନ୍ତର କରିବା ନିମନ୍ତେ ଟିମ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଫାୟାର ଏବଂ NDRF, ଓଡ୍ରାଫ  ଟିମ ବନ୍ୟା ବାତ୍ୟା ସ୍ଥଳକୁ ପଠେଇବା  ନିମନ୍ତେ ପ୍ରସ୍ତୁତ କରାଯାଇଛି । ବନ୍ୟା ପୂର୍ବ ଏବଂ ପର   ଅପରେସନ ରେ ଜଡିତ ଥିବା ବିଭାଗକୁ ପ୍ରସ୍ତୁତ ରହିବା କୁ ନିର୍ଦ୍ଧେଶ ଦିଆଯାଇଛି । ବାତ୍ୟା ର ସ୍ଥିତି ଉପରେ କଡା ନଜର ରଖାଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି । ବାତ୍ୟା ର ସ୍ଥିତି କୁ ଦେଖି ବିଭିନ୍ନ କାର୍ଯ୍ୟ ପନ୍ଥା ଅବଲମ୍ଭନ କରାଯିବ ବୋଲି ଉପଜିଲ୍ଲାପାଳ କହିବା ସହ ସମସ୍ତ ବିଭାଗ କୁ ହାଇଆଲର୍ଟ ରେ ରଖା ଯାଇଛି । କୌଣସି ଜନ ଜୀବନ କ୍ଷୟକ୍ଷତି ହେବ ନାହିଁ  ଏବଂ ଜିରୋ କାଜୁଆଲିଟି ରହିବ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୯/୨୦୨୧ ---୬,୨୫ 
Sakhigopal News,26/9/2021

Popular Posts