ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ; ବିଶେଷ ଆକର୍ଷଣ ସାଜିବ ୩୫ ଫୁଟର ମୁର୍ଣ୍ଣୟ ଗଣେଶ ମୂର୍ତ୍ତି
ଜଟଣୀ :-- ଚଳିତ ବର୍ଷ ଗଣେଶ ପୂଜାର ପ୍ରସ୍ତୁତି ବୈଠକ ସ୍ଥାନୀୟ ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଙ୍ଘ ଦ୍ୱାରା ସ୍ଥାନୀୟ ମୋ ଜଟଣୀ ଠାରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବବର୍ଷ ଠାରୁ ଚଳିତ ବର୍ଷ ଅଧିକରୁ ଅଧିକ ସରସ ସୁନ୍ଦର କରିବା ପାଇଁ ଅଣ୍ଟା ଭିଡ଼ିଛି ପୂଜା କମିଟି l ଚଳିତ ବର୍ଷ ବିଶେଷ ଆକର୍ଷଣ ସାଜିବ ୩୫ ଫୁଟର ମୁର୍ଣ୍ଣୟ ଗଣେଶ ମୂର୍ତ୍ତି । ଏହା ସହିତ ସରସ୍ବତୀ ଏବଂ ମା ଲକ୍ଷ୍ମୀ l ତାହା ସହ ସାମାଜିକ ଆଧାରିତ ପାର୍ଶ୍ଵ ମୂର୍ତ୍ତି ଶୋଭା ପାଇବ l ବିଭିନ୍ନ ଡିଜିଟାଲ ଆଲୋକୀ କରଣ ଶହ ମେକାନିକାଲ ଲାଇଟ ଶୋଭା ପାଇବ ବୋଲି ପୂଜା କମିଟିର ସଭାପତି ହେମନ୍ତ କୁମାର ସୁନ୍ଦରାୟ ସୂଚନା ପ୍ରଦାନ କରିଛି l ଏହି ବୈଠକରେ କମିଟିର ସମ୍ପାଦକ ମାନସ ମିଶ୍ର, କୋଷାଧକ୍ଷ ନିଲୁ ବଳିୟାରସିଂହ, ଆଇନ ଜୀବୀ ବିଜୟ ମହାପାତ୍ର, ଅଶୋକ ଜେନା, ଅଶୋକ ଚକ୍ରବର୍ତ୍ତୀ, ଜାଫର ନୁର,ପ୍ରମ୍ମୁଖ ଉପସ୍ଥିତ ରହି ବୈଠକକୁ ସଫଳ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୭/୨୦୨୫---୯,୫୦ Sakhigopal News,28/7/2025