Breaking News

ମନ୍ଦିର ଉନ୍ନତି ପାଇଁ ଗ୍ରାମବାସୀଙ୍କର ଶପଥପାଠ।

 
ବରଗଡ଼---ଉମା ମାହେଶ୍ବରୀ ମନ୍ଦିର ଉନ୍ନତି ପାଇଁ   ମାଉଳୀ ପୀଠରେ ବଇପୁର ଗ୍ରାମବାସୀ ମାନେ ଶପଥପାଠ କରିଛନ୍ତି ।ବରଗଡ ଜିଲ୍ଲା ଭେଡେନ ବ୍ଳକ ମାନପୁର ଗ୍ରା.ପ ଅନ୍ତର୍ଗତ ବଇପୁର ଗ୍ରାମର ଦେମୁଲ (ହାଟପଦା)ରେ ଥିବା ଗ୍ରାମପତି ମାଉଳୀ ପୀଠରେ ଉମା ମାହେଶ୍ବରୀ ମନ୍ଦିର ଉନ୍ନତି ପାଇଁ ଏକ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଉମା ମାହେଶ୍ବରୀ ମନ୍ଦିର ଉନ୍ନତି ପାଇଁ ବିଭିନ୍ନ ଆଲୋଚନା ମାନ କରାଯାଇଥିଲା। ତାପରେ ବଇପୁର ଗ୍ରାମ ଦେବା ଦେବୀ ଗ୍ରାମପତି ମାଉଲୀ ଙ୍କର ପୂଜାର୍ଚ୍ଚନା କରିଥିଲେ ବଇପୁର ଗ୍ରାମର ଝାଙ୍କର।ବଇପୁର ଗ୍ରାମର ଗଣେଷ କର୍ଣ୍ଣ ,ପ୍ରେମରାଜ ଦେହେରୀ,କିଶୋର ଚନ୍ଦ୍ର ବଗର୍ତ୍ତୀ,ଦିବାକର ମାଝୀ,ଅଧୀକାରୀ ଭୁଏ,ଶିଶୁ ବଢେଇ,ଜଗପତି ମହାଲିଙ୍ଗ,ଶତୃଘ୍ନ ବଢେଇ,ଟଙ୍କଧର ମହାଲିଙ୍ଗ, ନବୀନ ଖମାରୀ, କେଶବ ବଢେଇ,କାର୍ତ୍ତୀକ ମହାଲିଙ୍ଗ,କୁଞ୍ଜବନ ବଢେଇ, ବେଣୁଧର କୁଦେଇ,ପ୍ରେମାନନ୍ଦ ଷଣ୍ଢ,ରାମଚନ୍ଦ୍ର ବଢେଇ,ଚନ୍ଦ୍ରଭାନୁ ବଗର୍ତ୍ତୀ,ଶ୍ରବଣ ବାରିକ, ମୀନକେତନ ଜାଲଓବଇପୁର ଗ୍ରାମର ଭାଇ ଭଉଣୀ ମାନେ ଉପସ୍ଥିତ ହୋଇଥିଲେ।ପୂଜା ଶେଷରେ ଉମା ମାହେଶ୍ବରୀ ମନ୍ଦିର ଉନ୍ନିତି ପାଇଁ ବଇପୁର ଗ୍ରାମବାସୀ ଶପଥ ପାଠ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୯/୨୦୨୧ 

 Sakhigopal News,28/9/2021

Blog Archive

Popular Posts