ଗ୍ରାମୀଣ - ସ୍ବଛତା ମିଶନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର-- ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବାଇବାଲି ଗ୍ରାମ ପଞ୍ଚାୟତରେ ଗ୍ରାମିଣ ସ୍ବଚ୍ଛତା ମିଶନ୍ ଦ୍ବାରା ଆୟୋଜିତ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ନମିତା ନାୟକ ,ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି, ସିଆରସିସି ଭଗବାନ ଭୂୟାଁ, ବ୍ଳକ ବିଆରସିସି ସୁଭାସିନି ନାୟକ , ଶିକ୍ଷକ - କାଳି ଚରଣ ସାହୁ,ନିରଞ୍ଜନ ବେହେରା ଶିକ୍ଷୟିତ୍ରୀ - ସବିତା ନାୟକ, ମମତା ସ୍ବାଇଁ ,ବବିତା ସ୍ବାଇଁ , ଜାନକୀ ରାଣୀ ସୁବୁଦ୍ଧିଙ୍କ ସମେତ ପଞ୍ଚାୟତ ର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ ଅଙ୍ଗନାବାଡି କର୍ମୀଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଓ ଗ୍ରାମ ବାସୀ ଯୋଗ ଦେଇଥିଲେ । ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମ ଓ ସାହି କିପରି ସଫା ସୁତୁରା ରହିବ ଏବଂ ଅଳିଆ ଆବର୍ଜନା , କିପରି ସହଜରେ ନିଷ୍କାସନ ହେବ ସେ ବିଷୟରେ ଉପସ୍ଥିତ ଅତିଥି ଓ ବକ୍ତା ମାନେ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।
ଭଞ୍ଜନଗର ବ୍ଳକ ରୁ ଆସିଥିବା ଏକ ସଛତା ଅଭିଯାନ ରଥକୁ ପଞ୍ଚାୟତରେ ପରିକ୍ରମା କରି , ପ୍ରଚାର ମାଧ୍ୟମରେ ଜନସାଧାରଣ ସଚେତନ କରାଇଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୯/୨୦୨୧----୧୧,୦୦
Sakhigopal News,29/9/2021