ନିଶିଗନ୍ଧା ଭାଷା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଶାଶ୍ଵତ ସମାରୋହ ; ଅନୁସୂୟା ଦେବତା ପାଇଲେ ବଲ୍ଲଭ ତରାଇ ସ୍ମୃତି ସମ୍ମାନ
ଖୋର୍ଦ୍ଧା--- ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ହାଟବରଡିହ ଠାରେ ସମାଜସେବୀ ବଲ୍ଲଭ ତରାଇଙ୍କ ୨୪ ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି " ନିଶିଗନ୍ଧା ଭାଷା ସାହିତ୍ୟ ପ୍ରତିଷ୍ଠାନ " ପକ୍ଷରୁ ଏକ ସାରସ୍ବତ ସମାରୋହ, କବିତା ପାଠୋତ୍ସବ, ଭଜନ ସମାରୋହ ତଥା ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇଙ୍କ ସଂଯୋଜନା, ସଭାପତି ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ସମାରୋହକୁ ମୁଖ୍ୟ ଅତିଥି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଚଳଚିତ୍ର ସଂଳାପକାର ଡଃ ରଜନୀ ରଞ୍ଜନ ଦାଶ, ସମ୍ମାନୀତ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଡଭୋକେଟ ଚିତ୍ତରଞ୍ଜନ ନନ୍ଦ, ରାଜ୍ୟ ରାଜଭାଷା ପରିଷଦର ସଭାପତି ନାରାହଣ ମୁଦୁଲି,ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ନିଖିଳଉତ୍କଳ ପାଲାଗାୟକ ପରିଷଦର ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ବଉଳାବନ୍ଧ ସରପଞ୍ଚ ଦେବାଶିଷ ରଥ, ସମ୍ଭକାର ପ୍ରଦୋଷ କୁମାର ଦାସ, ହାଟବରଡିହ ଗ୍ରାମ ସଭାପତି ଲୋକନାଥ ବିଶ୍ବାଳ, ସମାଜସେବୀ ଜଗନ୍ନାଥ ସାହୁ ପ୍ରମୁଖ ଯୋଗ ଦେଇ ଥିଲେ । ବରଗଡ଼ ଜିଲ୍ଲା ଅତାବିର ଟୋପ ହାଇସ୍କୁଲ ର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁସୂୟା ଦେବତାଙ୍କୁ ବଲ୍ଲଭ ତରାଇ ସ୍ମୃତି ସମାଜସେବୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିରେ ଓଡିଶାର ବିଭିନ୍ନ ଅଞ୍ଚଳରୁ ଆମନ୍ତ୍ରିତ ୪୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ସ୍ମୃତିରେ ସ୍ମୃତିରେ ବଲ୍ଲଭ ତରାଇ ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ ହୋଇଯାଇଛି । ଜଟଣୀରୁ ରଙ୍ଗନାଥ ବେହେରା ଙ୍କ ରିପୋର୍ଟ,୨୦/୯/୨୦୨୧----- ୭,୦୦ Sakhigopal News, 20/9/2021