Breaking News

ରାଜାବେଶରେ ଦର୍ଶନ ଦେଲେ ସାକ୍ଷୀଗୋପିନାଥ


 ସାକ୍ଷୀଗୋପାଳ----- ସାକ୍ଷୀଗୋପଳ ମନ୍ଦିରରେ ସୁନିଆଁ ପର୍ବ ଅବସରରେ ଭକ୍ତ ମାନଙ୍କୁ ରାଜାବେଶରେ ଦର୍ଶନ ଦେଇଛନ୍ତି ସାକ୍ଷୀଗୋପିନାଥ ।  ବର୍ଷକୁ ଥରେ ଠାକୁରଙ୍କର ଏହିବେଶ ଅନୁଷ୍ଠିତ ହୋଇଥାଏ ।ଯେଉଁମାନେ  ଠାକୁର ସମ୍ପତିି ଦଖଲ କରି ଭୋଗ କରୁଛନ୍ତି  ବା ପ୍ରଜା ଭାବରେ ଠାକୁରଙ୍କୁ ଭେଟି ଦେବାର ପରମ୍ପରା ରହିଛି ।  ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବର୍ଗର ଲୋକମାନେ ସାକ୍ଷୀଗୋପାଳ ମନ୍ଦିର ଆସିଥିଲେ ।  ପ୍ରଜା ମାନେ ସାଙ୍ଗରେ ଠାକୁରଙ୍କ ପାଇଁ ତୁଳସୀ,=ଫୁଲମାଳ ,ଭୋଗ.ନୈବେଦ୍ୟ ଓ ସର ଲବଣୀ ଭାର ଠାକୁରଙ୍କ ପାଇଁ ଅଣିଥିବା ଦେଖାଯାଇଥିଲା ।  ପ୍ରଜା ଓ ଭକ୍ତମାନେ ଠାକୁରଙ୍କ ଦର୍ଶନ କରିବା ସହିତ ସମ୍ମୁଖରେ ରଖାଯାଇଥିବା ଥାଳିରେ ସୁନିଆଁ ଭେଟି (ଅର୍ଥ) ପକାଇଥିଲେ । ଠାକୁରଙ୍କ ଦୈନଦିନ ଦେବନୀତି କରାଯିବା ପରେ  ଅପରାହ୍ନରେ ମନ୍ଦିର ସିଂହଦ୍ୱାରକୁ ପୂର୍ଣ୍ଣକୁମ୍ଭ କଳସ, କଦଳୀ ଗଛ, ଆମ୍ବ ଡାଳ, ଫୁଲ ଇତ୍ୟାଦିରେ ସଜ୍ଜା ଯାଇଥିଲା । ସଂନ୍ଧ୍ୟା ଆଳତି, ଗୋଧନ ବାହୁଡାଭୋଗ ପରେ ସଂନ୍ଧ୍ୟାଧୁପ ବେଶରେ ସେବକ ମାନେ ସୁନିଆଁ ଉପଲକ୍ଷେ ଠାକୁରଙ୍କୁ ରାଜବେଶରେ ସଜ୍ଜିତ କରିଥିଲେ । ଏହି ବେଶରେ ଠାକୁର ପାଟ, ପିତାମ୍ବରୀ, ସୁବର୍ଣ୍ଣ ବଶିଂ, ମକର କୁଣ୍ଡଳ, ଚାପସରୀ, ନୁଡୁକ, ହୀରା ମୁଦ୍ରିକା, ବେଙ୍ଗପାଟିଆ, ସୁବର୍ଣ୍ଣ ମୁକୁଟ, ବାଙ୍କି ନୂପୁର ଓ ଫୁଲମାଳ ଆଦି ପରିଧାନ କରିଥିଲେ । ପାରମ୍ପରୀକ ସୁନିଆଁ ଭେଟି ଦେବାପାଇଁ ଗୋପାଳପୁର ପଟଣା ଗ୍ରାମରୁ ମହାଜନ ମାନେଘଣ୍ଟାବଜାଇ,  ମଶାଲ ଜଳାଇ ମନ୍ଦିରରେ ପହଞ୍ôଚଥିଲେ । ଏହିପର୍ବରେ ମନ୍ଦିରର ବିଭିନ୍ନ ବର୍ଗର ସେବାୟତ ମାନେ ନିଜେନିଜେ ତିଆରି କରିଥିବା କଟୂରୀ, ପନିକି, କୋରଣା, ପିଢା, ରୁଖା, ଆଦି ବର୍ଷକୁଥରେ ମନ୍ଦିରରେ ବ୍ୟବହାର ନିମନ୍ତେ ଅର୍ପଣ କରିଥିଲେ । ମନ୍ଦିର ସୁପରଭାଇଜର ତାଲିକା ପଡିବା ପରେ ଉପସ୍ଥିତ ପ୍ରଜାମାନେ ଠାକୁରଙ୍କୁ ଭେଟି ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୯/୨୦୨୧---- ୮,୦୫  

 Sakhigopal News, 18/9/2021

Blog Archive

Popular Posts