Breaking News

ବାସନ ମାଜୁଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ଅଘଟଣ

 
ନୟାଗଡ଼--- ଘର ଉପରେ ଯାଇଥିବା ବିଦୂତ ତାର ଛିଡି ପଡିବା ଯୋଗୁ ଜଣେ ମହିଳା ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ସଦର ଥାନା ଅନ୍ତର୍ଗତ ନୟାଗଡ ରୁଖଣ୍ଡପଡ଼ା ଯିବା ରାସ୍ଥାର ଗୋଡିସାହିରେ। ଗୁରୁତର ଆହତ ହୋଇଥିବା ମହିଳା ନାମ ହେଉଛି ବଦନି ଦେଇ।  ବୟସ୫୮ ବୋଲି ଜଣା ପଡ଼ିଛି।ଆହତ ମହିଳାଙ୍କୁ ପ୍ରଥମେ ନୟାଗଡ ଡାକ୍ତର ଖାନା ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି।ସୂଚନାଯୋଗ୍ୟ ଯେ ବହୁ ପୁରାତନ ବିଦ୍ୟୁତ ତାର ନୟାଗଡ ଓ ଖଣ୍ଡପଡ଼ା ଅଞ୍ଚଳରେ ରହିଥିବା ଯୋଗୁ ଏବଂ ବିଭାଗୀୟ ଅଧିକାରୀ, କର୍ମଚାରୀ ଙ୍କ ଦାୟିତ୍ୱ ହୀନତା ଯୋଗୁ ଏଭଳି ଅଘଟଣ ମାନ ଘଟୁଥିବା ଜଣା ପଡ଼ିଛି,
 ନୟାଗଡ଼ ରୁ ନିରଂଜନ ଦାସଙ୍କ ରିପୋର୍ଟ,
୨୧/୯/୨୦୨୧---୧୧,୪୦
 Sakhigopal News, 21/9/2021

Blog Archive

Popular Posts