Breaking News

ଜିଲାସ୍ତରୀୟ ଡୁମାଳ ପରିଷଦର ସାଧାରଣ ସଭା ଅନୁଷ୍ଠିତ

 
ବରଗଡ଼----  ବରଗଡ ଜିଲ୍ଲା ଅତାବିରା ବ୍ଲକ ଗମ୍ଭାରୀପାଲି ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଜିଲାସ୍ତରୀୟ ଡୁମାଳ ପରିଷଦର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ଦୟାସାଗର ମେଣ୍ଡଲି ଉକ୍ତ ସଭାରେ ସଭାପତ୍ବି କରିଥିଲେ। ଉକ୍ତ ସଭାରେ ଜିଲା ସମ୍ପାଦକ ସୁଭାଷଚନ୍ଦ୍ର ଥାଟୀ, ଉପସଭାପତି ସମୀର ଦେହୁରିଙ୍କ  ସମେତ ଶୁଶିଲ ପଧାନ, ଗଣେଶ ପଧାନ, ଜିତେନ୍ଦ୍ରିୟ ବେହେରା, ରଂକମଣି କ୍ଷେତି,ଅର୍ଜୁନ ମହାଦୁର୍ଭିକ୍ଷ, ତହସିଲ ବେହେରା, ଧନୁଞୟ ବେହେରା ପ୍ରମୁଖ ଯୋଗଦେଇ ଜିଲାର ସମସ୍ତ ଡୁମାଳ ପରିବାର ପରିସଂଖ୍ୟାନ କାର୍ୟ୍ଯକ୍ରମ କୁ ତ୍ବରାନ୍ବିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଡୁମାଳ ସମ୍ପଦାୟର ଇଷ୍ଟଦେବୀ ମାଁ ମାହେଶ୍ୱରୀ ଙ୍କ ବାର୍ଷିକ ପାର୍ବଣ ଦଶହରା କୃଷ୍ଣପକ୍ଷ ଅଷ୍ଟମୀ ମହାପୁଅଜିଇନ୍ତିଆ ଖଣ୍ଡା ବସା ଉତ୍ସବ ଠାରୁ ଦଶହରା ଶୁକ୍ଲପକ୍ଷ ବିଜୟା ଦଶମୀ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହେବ । ସାରା ଓଡିଶାରେ ଡୁମାଳ ଜାତି ମାନଙ୍କ ଦ୍ବାରା ପୂଜିତ ପୀଠମାନଙ୍କରେ ଅନୁଷ୍ଠିତ ହୋଇଥାଏ ା ଏହି ପକ୍ଷକୁ ନିଶାମୁକ୍ତ ପକ୍ଷ ଭାବେ ନିଷ୍ପତ୍ତି ନିଆଯାଇଥିଲା । ବରଗଡ଼ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ,୨୨/୯/୨୦୨୧---୪,୪୦ Sakhigopal News,22/9/2021

Blog Archive

Popular Posts